ପ୍ୟାରିସଠାରେ ଅନୁଷ୍ଠିିିତ ଗାଲାକ୍ସି ଅନାବରଣ ଉତ୍ସବରେ ସାମସଙ୍ଗ ଆଜି ଏହାର ସମ୍ପୂର୍ଣ୍ଣ ନୂତନ ଗାଲାକ୍ସି ଜେଡ଼ ଫୋଲ୍ଡ୬ ଏବଂ ଗାଲାକ୍ସି ଜେଡ଼ ଫ୍ଲିପ୍୬ ସହିତ ଗାଲାକ୍ସି ବଡ୍ସ୩ ଏବଂ ଗାଲାକ୍ସି ବଡ୍ସ୨ ପ୍ରୋ ର ଘୋଷଣା କରିଛି । ନୂଆ ଗାଲାକ୍ସି ଜେଡ଼ ଏହାର ପରବର୍ତୀ ଗାଲାକ୍ସି ଜେଡ଼ ଶୃଙ୍ଖଳର ଏହି ଉପସ୍ଥାପନା ସହିତ ସାମସଙ୍ଗ ଏହାର ପରବର୍ତୀ ଗାଲାକ୍ସି ଏଆଇ ଅଧ୍ୟାୟକୁ ଖୋଲିଛି ଯାହାକି ଉପଯୋଗୀ ସବୁଠାରୁ ନିପୁଣତମ ତଥା ନମନୀୟତାକୁ ସଠିକ୍ ଭାବରେ ପ୍ରସ୍ତୁତ କରିପାରିଛି ଯାହାକି ଅନେକ ଗୁଡ଼ିଏ ବିରଳ ମୋବାଇଲ ଅଭିଜ୍ଞତାକୁ ସକ୍ଷମ କରିପାରିଛି । ଯୋଗାଯୋଗ, ଉତ୍ପାଦନ ସାମର୍ଥ୍ୟ ତଥା ସୃଜନଶୀଳତା ନୂତନ ଅଧ୍ୟାୟର ତ୍ୱରାନ୍ୱିତ ପାଇ ଗାଲାକ୍ସି ଏଆଇ ଶକ୍ତିଶାଳୀ, ବୁଦ୍ଧିମତା ତଥା ସ୍ତାୟୀ ଫୋଲଡ଼େବୁଲ ଅଭିଜ୍ଞତାର ବ୍ୟବହାର କରୁଅଛି ।
“ସାମସଙ୍ଗର ଏହି ଅଭିନବୀକରଣର ଇତିହାସ ଆମକୁ ମୋବାଇଲର ଏହି ପୃଷ୍ଠାରେ ଆଗକୁ ବଢ଼ିବା ପାଇଁ ଅନୁମତି ପ୍ରଦାନ କରିବା ସହିତ ଏହି ଫୋଲଡ଼େବୁଲ ଗଠନକୁ ମୋବାଇଲ ଏଆଇ ଯୁଗରେ ବ୍ୟବହାର ପାଇଁ ସୃଷ୍ଟି କରିଛି । ଏବେ ଆମେ ଏହି ଦୁଇଟି ଉତ୍ସାହ ପ୍ରଦାନକାରୀ କୌଶଳରେ ଭରପୁର ଅନୁପୂରକକାରୀକୁ ଏକାଠି କରିବା ସହିତ ସମଗ୍ର ବିଶ୍ୱରେ ବ୍ୟବହାରକାରୀଙ୍କର ସମସ୍ତ ସମ୍ଭାବନାର ଦ୍ୱାରକୁ ଉନ୍ମୁକ୍ତ କରିପାରିଛି,” ଏଭଳି ମତବ୍ୟକ୍ତ କରିଛନ୍ତି ଟି.ଏମ. ରୋହ, ପ୍ରେସିଡ଼େଂଟ ଆଣ୍ଡ ହେଡ଼ ଅଫ ମୋବାଇଲ ଏକ୍ସପେରିଏନ୍ସ ବିଜିନେସ ଆର୍ଟ ସାମସଙ୍ଗ ଇଲେକ୍ଟ୍ରୋନିକ୍ସ । “ଆମର ଏଇ ଭାଙ୍ଗ ଯୁକ୍ତ ଫୋନଟି ବ୍ୟବହାରକାରୀମାନଙ୍କର ସବୁ ପ୍ରକାର ବିରଳ ଆବଶ୍ୟକତାକୁ ପୂରଣ କରିବା ସହିତ ଗାଲାକ୍ସି ଏଆଇର ବର୍ଦ୍ଧିତ ଶକ୍ତିକାରୀ ଅଟେ, ଯାହାକି ସାମସଙ୍ଗ ପୂର୍ବରୁ କେବେ ଏଭଳି ଅଭିଜ୍ଞତା ପ୍ରଦାନ କରିନଥିଲା ।”
ଏ ପର୍ଯ୍ୟନ୍ତ ପରିଲକ୍ଷିତ ହେଉଥିବା ଗାଲାକ୍ସି ଜେଡ ଼ଶୃଙ୍ଖଳର ସମସ୍ତ ମଡ଼େଲ ଠାରୁ ଏହି ଗାଲାକ୍ସି ଜେଡ଼ ଫାଲ୍ଡ୬ ଏବଂ ଜେଡ଼ ଫ୍ଲିପ୍୬ ପତଳା ଏବଂ ହାଲୁକା ତଥା ପୋର୍ଟେବିଲିଟି ପାଇଁ ଅନୁକୂଳତମ । ସଠିକ୍ ଭାବରେ ସମାନ ହୋଇ ଗଠିତ ହୋଇଥିବା ସଳଖ ଧାର ସହିତ ସୌନ୍ଦର୍ଯ୍ୟ ହୃଷ୍ଟିରୁ ଏଥିରେ ଚିକ୍କଣ ଓ ଉଜ୍ଜ୍ୱଳ ଶେଷ ସ୍ପର୍ଶ ରହିଛି ତଥା ଏଥିରେ ରହିଥିବା ଗାଲାକ୍ସି ଜେଡ଼ ଫୋଲ୍ଡ୬ ର ପର୍ଦ୍ଦା ଏଥିରୁ ଏକ ବାସ୍ତବ ସଳଖ ଦୃଶ୍ୟମାନର ଅଭିଜ୍ଞତା ପ୍ରଦାନ କରୁଅଛି । ମୁଣ୍ଡକୁ ଆହୁରି ଥଣ୍ଡା କରିବା ପାଇଁ ବର୍ତମାନର ଅଧୁନତମ ଗାଲାକ୍ସି ଜେଡ ଼ଶୃଙ୍ଖଳ ଏକ ବର୍ଦ୍ଧିତ ଆର୍ମର ଆଲୁମିନିୟମ ଏବଂ କର୍ଣ୍ଣିଙ୍ଗ ଗରିଲ୍ଲା ଗ୍ଲାସ ଭିକ୍ଟସ୨ ସହିତ ସଜ୍ଜିତ ହୋଇ ଆସିଅଛି ଯାହାକି ଗାଲାକ୍ସି ଜେଡ଼ ଶୃଙ୍ଖଳକୁ ବର୍ତମାନ ସୁଦ୍ଧା ଉପଲବ୍ଧ ସବୁଠାରୁ ଅଧିକ ସ୍ଥାୟୀ ଭାବରେ ପ୍ରସ୍ତୁତ ।
ଉଭୟ ଗାଲାକ୍ସି ଜେଡ଼ ଫୋଲ୍ଡ୬ ଏବଂ ଫ୍ଲିପ୬ ସହିତ ରହିଛି ସ୍ନାପଡ୍ରାଗନ ୮ଜେନ ୩ ମୋବାଇଲ ଫ୍ଲାଟଫର୍ମ, ଯାହାକି ବର୍ତମାନ ପର୍ଯ୍ୟନ୍ତ ସବୁଠାରୁ ଆଧୁନିକତମ ସ୍ନାପଡ୍ରାଗନ ମୋବାଇଲ ପ୍ରୋସେସର ଯାହାକି ଉଚ୍ଚ ଶ୍ରେଣୀର ସିପିୟୁ, ଜିପିୟୁ ତଥା ଏନପିୟୁ କାର୍ଯ୍ୟ ଦକ୍ଷତା ଯୁକ୍ତ ।
ଗାଲାକ୍ସି ଜେଡ଼ ଫ୍ଲୋଲ୍ଡ୬ ଏଆଇ କ୍ଷମତା ଯୁକ୍ତ ଏକ ବିଶାଳ ବିଶେଷ୍ୱକୁ ପ୍ରଦାନ କରୁଅଛି ଯାହା ମଧ୍ୟରେ ରହିଛି ନୋଟ୍ ଆସିଷ୍ଟ, ପିଡ଼ିଏଫ ସଂଶ୍ଲିଷ୍ଟକାରୀ ଅନୁବାଦ ଶୈଳୀ, କମ୍ପୋଜର, ଛବିକୁ ଉପସ୍ଥାପିତ କରିବାର ସ୍କେଚ ଯାହାକି ଏହାର ସ୍କିନକୁ ଅଧିକ ଲମ୍ବା ରଖିବା ସହିତ ଏଥିରେ ରହିଛି ଗୁରୁତ୍ୱପୂର୍ଣ୍ଣ ଉତ୍ପାଦନ ଶୈଳୀ ।
ଗାଲାକ୍ସି ଜେଡ଼ ଫ୍ଲୋଲ୍ଡ୬ ରେ ରହିଛି ଏକ ଉନ୍ନତମାନର ଗେମିଙ୍ଗ ଅଭିଜ୍ଞତା, ଯାହାକି ଏଥିରେ ଥିବା ଶକ୍ତିଶାଳୀ ଚିପ ସେଟ ସହିତ ସଂଲଗ୍ନ ଏବଂ ଅଧିକ ଖେଳିବା ପାଇଁ ୧.୬ ବୃଦ୍ଧି ପ୍ରାପ୍ତ ଭାପୋର ଚାମ୍ବର ।
ଗାଲାକ୍ସି ଜେଡ଼ ଫ୍ଲିପ୬ କେବଳ ସ୍ଥାୟୀ ଅନୁକୂଳତମ ନୁହେଁ, ଏଥିରେ ମଧ୍ୟ ବିଭିନ୍ନ ପ୍ରକାରର ନୂଆ ଗ୍ରାହକ ଚାହିଦା ଯୁକ୍ତ ସୃଜନଶୀଳ ବିଶେଷତ୍ୱ ରହିଛି ଯାହା ପ୍ରତ୍ୟେକ ମୁହୁର୍ତକୁ ଆନନ୍ଦ ପ୍ରଦାନ କରିଥାଏ ।
ଏଥିରେ ରହିଥିବା ଫ୍ଲେକ୍ସ କ୍ୟାମ ସବୁଠାରୁ ଉନ୍ନତମାନର କ୍ୟାମେରା ଅଭିଜ୍ଞତା ପ୍ରଦାନ କରିବା ସହିତ ଅନେକ ଗୁଡ଼ିଏ ନୂଆ ସୃଜନଶୀଳତାକୁ ଖୋଲିଥାଏ । ଏଥିରେ ରହିଥିବା ନୂଆ ଅଟୋ ଜୁମ୍ ପ୍ରଣାଳୀ, ଫ୍ଲେକ୍ସକ୍ୟାମକୁ ସ୍ୱୟଂକ୍ରିୟ ଭାବରେ ସବୁଠାରୁ ଉନ୍ନତମାନର ଫଟୋ ଉତୋଳନକୁ ଗ୍ରହଣ କରିବା ସହିତ ଫଟୋର ପ୍ରସଙ୍ଗ ତଥା ଜୁମ ନିୟନ୍ତ୍ରଣକୁ ଆବଶ୍ୟକତା ଅନୁସାରେ ସଠିକ୍ କରିଥାଏ । ଫଳସ୍ୱରୂପ ଆପଣ ଆପଣଙ୍କ ବନ୍ଧୁ କିମ୍ବା ଉନ୍ନତମାନର ବର୍ହିଃ ଦୃଶ୍ୟପଟ୍ଟକୁ ହ୍ୟାଣ୍ଡସଫ୍ରି ପ୍ରଣାଳୀ ମାଧ୍ୟମରେ ଉତୋଳନ କରିପାରିବେ ।
ନୂଆ ୫୦ଏମପି ଚଉଡ଼ା ତଥା ୧୨ ଏମପିର ଅଲଟ୍ରାର ଚଉଡ଼ା ଯୁକ୍ତ ସେନସର ଏହାକୁ ଏକ ଅଧୁନତମ କ୍ୟାମେରା ଅଭିଜ୍ଞତା ପ୍ରଦାନ ସହିତ ଉତୋଳିତ ଛବିରେ ସ୍ୱଚ୍ଛ ଏବଂ ଭଙ୍ଗୁର ଯୁକ୍ତ ପ୍ରଭାବ ଦେଖାଇଥାଏ । କୋଳାହଳ ମୁକ୍ତ ଫଟୋ ଉତୋଳନ ପାଇଁ ଏଥିରେ ରହିଛି ଏକ ନୂଆ ୫୦ ଏମପି ସେନସର ଯାହାକି ଦୁଇଗୁଣା ଅଧିକ ଅପଟିକାଲ ଜୁମଯୁକ୍ତ ପ୍ରଭାବ ଦେବା ସହିତ ରହିଥିବା ଏଆଇ ଯୁକ୍ତ ଜୁମ ଦଶଗୁଣା ଅଧିକ ଜୁମର ପ୍ରଭାବ ପ୍ରଦାନ କରିଥାଏ ।
ଗାଲାକ୍ସି ଜେଡ଼ ଫ୍ଲିପ୍୬ର ବିଶେଷତ୍ୱ ମଧ୍ୟରେ ରହିଛି ଏହାର ବ୍ୟାଟେରୀର କାର୍ଯ୍ୟକାରୀତା ଯାହା ବାସ୍ତବରେ ଅପ୍ରତିଦ୍ୱନ୍ଦୀ ଅଟେ ଏବଂ ସେଥିପାଇଁ କୌଣସି ଚିନ୍ତିତ ହେବାର ଆବଶ୍ୟକତା ନଥାଏ ।
ଗାଲାକ୍ସି ଜେଡ ଼ଫୋଲ୍ଡ୬ ଏବଂ ଗାଲାକ୍ସି ଜେଡ଼ ଫ୍ଲିପ୍୬ରେ ସୁରକ୍ଷା ପ୍ରଦାନକାରୀ ତଥା ସାମସଙ୍ଗ ଗାଲାକ୍ସିର ପ୍ରତିରୋଧକାରୀ ସ୍ତର ରହିଛି ଯାହା ବହୁସ୍ତରର ସୁରକ୍ଷା ପ୍ରଦାନକାରୀ ପ୍ଲାଟଫର୍ମ ଅଟେ ଏବଂ ବିଭିନ୍ନ ପ୍ରକାରର କଷ୍ଟସାଧ୍ୟ ସୂଚନା ଗୁଡ଼ିକୁ ଏହା ସୁରକ୍ଷିତ ରଖିଥାଏ ଯାହା ମଧ୍ୟରେ ବିଶେଷ ଭାବରେ ରହିଛି ଅଶ୍ଳିଳତାର ସୂଚନା ଯାହାକି ଏଣ୍ଡ ଟୁ ଏଣ୍ଡ ହାଡେ଼ୱୟାର ସହିତ ଯୋଡ଼ି ହୋଇ ରହିବା ସହିତ ଏଥିରେ ରହିଛି ସମୟପୋଯୋଗୀ ଧମକପୂର୍ଣ୍ଣ ସନ୍ଧାନକାରୀ ସଂଯୋଗକାରୀ ସୁରକ୍ଷା ପ୍ରଦାନକାରୀ ।




