ବିଜେଡିକୁ ୧୦୦ ରୁ ୧୧୫ ଆସନ
ଭୁବନେଶ୍ୱର : ୨୦୨୪ ନିର୍ବାଚନର ଫଳାଫଳ ଆସନ୍ତାକାଲି ଗଣତି ହେବାକୁ ଥିବାବେଳେ ଓଡ଼ିଶାରେ ଲୋକସଭା ଆସନ ପାଇଁ ବୁଥ୍ ବାହୁଡା ମତ ଆସିବା ପରେ ଏବେ ବିଧାନସଭା ପାଇଁ ଆସୁଛି ବିଭିନ୍ନ ଜାତୀୟ ଗଣମାଧ୍ୟମର ଏକଜିଟ୍ ପୋଲ । ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେରେ ୨୦୨୪ ବିଧାନସଭା ନିର୍ବାଚନରେ ବିଜେଡି ପୁଣିଥରେ ଓଡ଼ିଶାରେ ଶହେରୁ ଅଧିକ ଆସନ ହାତେଇବା ନେଇ ଆକଳନ କରିଛି।
ଉକ୍ତ ସର୍ଭେ ଅନୁଯାୟୀ ବିଜେଡି ୧୦୦ରୁ ୧୧୫ ଆସନ ହାତେଇବାକୁ ଥିବା ବେଳେ ବିଜେପିକୁ ୩୦ରୁ ୩୮ ଆସନ ମିଳିବା ସମ୍ଭାବନା ରହିଛି । ସେହିଭଳି ଗତଥର ଅପେକ୍ଷା କଂଗ୍ରେସର ଆସନ କମ ହୋଇପାରେ ବୋଲି ସଂକେତ ଦେଇଛି ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେ । ଏହି ସର୍ଭେରେ କଂଗ୍ରେସକୁ ମାତ୍ର ୪ରୁ ୭ ଆସନ ମିଳିବା ନେଇ ସଂକେତ ମିଳିଛି । ସେହିଭଳି ସ୍ୱାଧୀନ ଓ ଅନ୍ୟାନ୍ୟ ଦଳକୁ ୧ରୁ ୨ ଆସନ ମିଳିବାର ଯଥେଷ୍ଟ ସମ୍ଭାବନା ରହିଥିବା କହିଛି ଇଟିଜି ରିସର୍ଚ୍ଚ ଓ ଟାଇମ୍ସ ନାଓର ସର୍ଭେ ।
ଅନ୍ୟପଟେ ଜନ୍ କି ବାତ ପକ୍ଷରୁ ହୋଇଥିବା ସର୍ଭେରେ ବିଜେଡିକୁ ବହୁମତ ମିଳୁଥିଲେ ମଧ୍ୟ ଗତବର୍ଷ ତୁଳନାରେ ୩୦ରୁ ଅଧିକ ଆସନ ହରାଇପାରେ । ଏହି ସର୍ଭେରେ ବିଜେଡିକୁ ୮୧, ବିଜେପିକୁ ୫୮ ଓ କଂଗ୍ରେସକୁ ୮ଟି ଆସନ ମିଳିବାର ସମ୍ଭାବନା ରହିଛି । ସେହିଭଳି ଇଣ୍ଡିଆ ଟୁଡେ ପକ୍ଷରୁ ହୋଇଥିବା ସର୍ଭେରେ ଉଭୟ ବିଜେଡି ଓ ବିଜେପିକୁ ୬୨ରୁ ୮୦ ଲେଖାଏଁ ଆସନ ମିଳିବା ନେଇ ଆକଳନ ହୋଇଛି । କଂଗ୍ରେସ ଖାତାରେ ୫ରୁ ୮ ଆସନ ମିଳିବା ନେଇ ଆକଳନ କରିଛି ଇଣ୍ଡିଆ ଟୁଡେ ।

nl6u9k
fx5w0l
Trying to log in to 789betdangnhap again… Hope I remember my details this time! Wish me luck! Log in here: 789betdangnhap