banner
Breaking

ଉତ୍ତର ବିଧାୟକଙ୍କୁ ଶୁଭେଚ୍ଛାର ସୁଅ

0

ଭୁବନେଶ୍ୱର,୧ା୬ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀର ଜନପ୍ରିୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛାର ସୁଅ ଛୁଟିଛି । ଆଜି ତାଙ୍କ ସରକାରୀ ବାସ ଭବନରେ ସମସ୍ତ କର୍ପୋରେଟର, ସରପଂଚ, ସମିତି ସଭ୍ୟ ଓ ମହିଳା, ଯୁବ, ଛାତ୍ର ସମସ୍ତ ନେତୃ ମଣ୍ଡଳି ପହଞ୍ଚି ପୁଷ୍ପଗୁଚ୍ଛ, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ପ୍ରକାଶ ଥାଉକି ବିଜେଡି ପଞ୍ଚମ ପାଳି ଶାସନର ଚତୁର୍ଥ ବର୍ଷ ପୂରଣ ହୋଇଛି । ଏହି ଚାରି ବର୍ଷ ମଧ୍ୟରେ ଉତ୍ତର ନିର୍ବାଚନ ମଣ୍ଡଳୀରେ ବିଧାୟକଙ୍କ ଦ୍ୱାରା ଅନେକ ଉନ୍ନତି ମୂଳକ କାର୍ଯ୍ୟ ହେବା ସହିତ ବିକାଶ ଘଟିଛି । ଖାଲି ସେତିକି ନୁହେଁ ଲୋକଙ୍କ ସୁଖରେ ଦୁଃଖରେ, ବିପଦ ଆପଦରେ ବିଧାୟକ ପହଞ୍ଚି ସମସ୍ୟା ବୁଝିବା ସହିତ ସାହାର୍ଯ୍ୟ ସହଯୋଗର ହାତ ବଢାଇ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.