ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ
ନୂଆଦିଲ୍ଲୀ : ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି ହେଲେ ଏଲଆଇସିର ଅଧ୍ୟକ୍ଷ। ଭାଜପା ଶାସନ ସମୟରେ ବହୁ ଓଡ଼ିଆଙ୍କୁ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ଵ ମିଳିଛି। ଏହି କ୍ରମରେ ଭାରତୀୟ ଜୀବନ ବୀମା ନିଗମ(ଏଲ୍ଆଇସି)ର ନୂତନ ଚେୟାରମ୍ୟାନ ଭାବେ ବରିଷ୍ଠ ବୀମା ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ ଶୁକ୍ରବାର ଭାରତ ସରକାର ନିଯୁକ୍ତ କରିଛନ୍ତି। ସେ ୨୦୨୪ ଜୁନ୍ ପର୍ଯ୍ୟନ୍ତ ଏହି ପଦରେ ରହିବେ ବୋଲି ଜଣାପଡ଼ିଛି। ୨୦୨୫ ଜୁନ୍ ୭ ପର୍ଯ୍ୟନ୍ତ ସେ ଏଲ୍ଆଇସିର ସିଇଓ ଏବଂ ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିବେ ବୋଲି ନିଗମ ପକ୍ଷରୁ କୁହାଯାଇଛି। ଏହା ପୂର୍ବରୁ ସିଦ୍ଧାର୍ଥ ୨୦୨୩ ମାର୍ଚ୍ଚରେ ୩ ମାସ ପାଇଁ ଏଲ୍ଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଥିଲେ। ଉଲ୍ଲେଖଯୋଗ୍ୟ, ଏଲ୍ଆଇସିର ୪ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରୁ ସିଦ୍ଧାର୍ଥ ଅନ୍ୟତମ ବୋଲି ଏଲ୍ଆଇସି ପକ୍ଷରୁ କୁହାଯାଇଛି। ଏଲ୍ଆଇସିର ୪ ପରିଚାଳନା ନିର୍ଦ୍ଦେଶକଙ୍କ ମଧ୍ୟରୁ ଜଣଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥାଏ। ଅପରପକ୍ଷରେ ସିଦ୍ଧାର୍ଥ ମହାନ୍ତି ୧୯୮୫ରେ ଏଲ୍ଆଇସିର ଜଣେ ଆର୍ଓ ଭାବେ ନିଯୁକ୍ତି ପାଇବା ସହ ଏଲ୍ଆଇସିର ମାର୍କେଟିଂ, ମାନବ ସମ୍ବଳ, ନିବେଶ, ଆଇନ ଏବଂ ସାଧାରଣ ବିଭାଗ ଇତ୍ୟାଦିରେ ରହି ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ସୂଚନାଯୋଗ୍ୟ, ୨୦୨୧ ଫେବୃୟାରୀରେ ସିଦ୍ଧାର୍ଥ ଏଲ୍ଆଇସିର ଏମ୍ଡି ଭାବେ ନିଯୁକ୍ତ ହୋଇଥିଲେ। ଏହା ହେବା ପୂର୍ବରୁ ସେ ଏଲ୍ଆଇସି ହାଉସିଂ ଫାଇନାନ୍ସର ଏମ୍ଡି ତଥା ସିଇଓ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

**mitolyn official**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.