banner
Breaking

ନିଖିଳ ଉତ୍କଳ ବନ ନିଗମ କର୍ମଚାରୀ ସଂଘର ରାଜ୍ୟ ସ୍ତରୀୟ ସମ୍ପାଦକୀୟ ସମ୍ମିଳନୀ ଓ ପରିବର୍ଦ୍ଦିତ କାର୍ଯ୍ୟକାରିଣୀ ସଭା

0

ଭୁବନେଶ୍ୱର – ନିଖିଳ ଉତ୍କଳ ବନନିଗମ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ସମ୍ମିଳନୀ ତଥା ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସଭା ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାକୁ ବନନିଗମ କର୍ମଚାରୀ ସଂଘର ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଭାଷଣରେ ଶ୍ରୀଯୁକ୍ତ ମିଶ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ ବନନିଗମ ଆଜି ୬୨ ବର୍ଷରେ ପଦାର୍ପଣ କରି ଜନସାଧାରଣଙ୍କୁ ଆବଶ୍ୟକୀୟ ବନଜାତ ଦ୍ରବ୍ୟ ଯୋଗାଇ ଆସିବା ସହିତ ଓଡି଼ଶା ସରକାରଙ୍କ ରାଜସ୍ୱ ବୃଦ୍ଧିରେ ସହାୟକ ହୋଇପାରିଛି । କେବଳ କର୍ମଚାରୀମାନଙ୍କ ଦାୟିତ୍ୱବୋଧତା କାର୍ଯ୍ୟପ୍ରତି ନିଷ୍ଠା ଆଜି ବନନିଗମର ଉନ୍ନତି ନିମି ସମ୍ଭବ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା କର୍ମଚାରୀମାନଙ୍କ ହିତକୁ ଦୃଷ୍ଟିରେ ରଖି କାର୍ଯ୍ୟ ଧାରା ବଜାଇ ରଖିଛନ୍ତି । ବନନିଗମ କର୍ମଚାରୀ ସଂଘ ତରଫରୁ ନାର୍ଯ୍ୟ ଦାବି ଯଥା ଷଷ୍ଠ ବେତନ କମିଶନ ୨୦୦୬ ମସିହାରୁ ୨୦୧୦ ପର୍ଯ୍ୟନ୍ତ ବକେୟା ପ୍ରଦାନ ହୋଇନଥିବା ହେତୁ ସଭାପତି ଅସନ୍ତୋଷ ବ୍ୟକ୍ତ କରିବା ସହିତ ନିଗମର ଉଚ୍ଚ ର୍କୃପକ୍ଷ ତୁରନ୍ତ ଏହାର ସମାଧାନ ନିମି ଦାବି କରିଥିଲେ । ଯଦି ଏହାର ସମାଧାନ କରିବାରେ ନିଗମ ର୍କୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରନ୍ତି ନିଶ୍ଚିତ ଭାବେ ରାଜ୍ୟ ମୁଖ୍ୟ ଶାସନ ସଚି଼ବ, ଜଙ୍ଗଲ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚି଼ବଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ସଂଘ ତରଫରୁ ସରକାରଙ୍କ ନିକଟରେ ଉକ୍ତ ନ୍ୟାୟୋଚି଼ତ ଦାବିକୁ ଉପସ୍ଥାପନ କରାଯିବ । ନିଗମରେ କାର୍ଯ୍ୟରତ ଆଉଟସୋର୍ଷିଙ୍ଗ କର୍ମଚାରୀମାନେ ଦୀର୍ଘ ୮ ରୁ ୧୦ ବର୍ଷ ଧରି କାର୍ଯ୍ୟକରି ଆସୁଥିଲେ ସୁଧା ସେମାନଙ୍କୁ ନିୟମି କରାଯାଇ ନାହିଁ ଏବଂ ସେହି କର୍ମଚାରୀମାନେ ନିଗମ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ଆଉଟସୋର୍ଷିଙ୍ଗ କର୍ମଚାରୀଙ୍କ ନିମି ନିଗମ ର୍କୁପକ୍ଷ ଏକ ନୀତି ପ୍ରଣୟନ କରନ୍ତୁ ସେମାନଙ୍କୁ ସ୍ଥାୟୀ କରିବା ଏବଂ ସେମାନଙ୍କର ଭବିଷ୍ୟତ ସୁରୁକ୍ଷିତ ରହିପାରିବ ନିଗମ ର୍କୃପକ୍ଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଓଡି଼ଶା ସରକାର ଆଉଟସୋର୍ଷ କର୍ମଚାରୀଙ୍କ ପାଇଁ ସମ୍ବେଦନଶୀଳ ଏବଂ ଓଡି଼ଶା ସରକାରଙ୍କ ନିଷ୍ପିକୁ ବନନିଗମ ର୍କୃପକ୍ଷ ପାଳନ କରିବାର ବିଦେହ । ସଭାରେ ସଭାପତିତ୍ୱ କରୁଥିବା ରାଜ୍ୟ କାର୍ଯ୍ୟକାରୀ ସଭାପତି ସତ୍ୟ ରଞ୍ଜନ ପଟ୍ଟନାୟକ ଉଦ୍‌ବୋଧନ ଦେଇ ସାମ୍ପ୍ରିକ ପରିସ୍ଥିତିରେ ବନନିଗମରେ ଚାଲୁଥିବା କାର୍ଯ୍ୟଧାରାର ଅବତାରଣା କରିଥିଲେ । କର୍ମଚାରୀ ସଂଘ ସଦା ସର୍ବଦା ନିଗମର ଉନ୍ନତି ନିମି କାର୍ଯ୍ୟରତ କର୍ମଚାରୀମାନଙ୍କୁ ମାର୍ଗ ଦର୍ଶନ ଦେବା ସହିତ ଅନ୍ୟାୟ, ଅନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାରୀଙ୍କୁ ତୀବ୍ର ବିରୋଧ କରିଆସୁଛି । କିଛି ମୁଷ୍ଟିମେୟ ବ୍ୟକ୍ତି ବିଶେଷ ନିଗମର ଉନ୍ନତିରେ ବାଧା ସୃଷ୍ଟି କରିବାସହିତ ବ୍ୟକ୍ତିଗତ ଫାଇଦା ହାସଲ ପାଇଁ ଲାଗି ରହିବା ଦୁଃଖ ଓ ପରିତାପର ବିଷୟ ବୋଲି ସମ୍ମିଳନୀରେ ମତ ପ୍ରକାଶ ପାଇଥିଲା । ବନ ଉନ୍ନୟନ ନିଗମ ଓଡି଼ଶା ସରକାରଙ୍କ ପରିଚାଳନାଧୀନ ସଂସ୍ଥା । ସରକାର ହେଉଛନ୍ତି ଏହାର ମାଲିକ କିନ୍ତୁ ପ୍ରକାରାନ୍ତରେ କେତେକ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଘଟୁଛି । ଓଡି଼ଶା ବନ ଉନ୍ନୟନ ନିଗମରେ ବିଭିନ୍ନ ବର୍ଗ କର୍ମଚାରୀମାନଙ୍କର ଆବଶ୍ୟକ ଥିବା ସ୍ଥଳେ ନିଯୁକ୍ତି ପ୍ରକିୟା ସରକାରଙ୍କର ଅନୁମୋଦନ ନିମନ୍ତେ ପଡି଼ରହିଛି । ସରକାର ତୁରନ୍ତ ଏବିଷୟରେ ନିଷ୍ପି ଗ୍ରହଣ କରି ନିଗମ ର୍କୃପକ୍ଷଙ୍କୁ ନୂତନ ନିଯୁକ୍ତି ପ୍ରକିୟା ଜାରି ରଖିବା ପାଇଁ ନିଦ୍ଦେଶନାମା ଦେବା ନିମି ସରକାରଙ୍କୁ ଅନୁରୋଧ କରିଥିଲେ । କେନ୍ଦ୍ରୀୟ କମିଟିର ସାଧାରଣ ସମ୍ପାଦକ ଫନିନ୍ଦ୍ର କୁମାର ମହାପାତ୍ର କର୍ମଚାରୀମାନଙ୍କର ବହୁବିଦ୍ଧ ସମସ୍ୟା ଗୁଡି଼କର ସମାଧାନ ଅଲୋଚନା ଓ ପତ୍ରଆଳାପ ମାଧ୍ୟମରେ ପୂରଣ ହୋଇଛି, ଅନ୍ୟାନ୍ୟ ଦାବିକୁ ବିଚାରକୁ ନେଇ ସଂଘ ନିଶ୍ଚିନ୍ତ ରୂପେ ଆଗାମୀ ଦିନରେ ବନନିଗମ ର୍କ ୃପକ୍ଷଙ୍କ ସହିତ ଆଲୋଚନା ମାଧ୍ୟମରେ ସମାଧାନ କରିବା ପାଇଁ ସଂକଳ୍ପବଦ୍ଧ । ଏହି ସମ୍ପାଦକୀୟ ସମ୍ମିଳନୀରେ ଭୁବନେଶ୍ୱର, ଅନୁଗୋଳ, ବାରିପଦା, କେନ୍ଦୁଝର, ଯାଜପୁର ରୋଡ଼, ଢେଙ୍କାନାଳ, ମୁଖ୍ୟ ଦପ୍ତର ସମ୍ବଲପୁର, ଝାରସୁଗୁଡ଼ା, ରେଢ଼ାଖୋଲ, ରାଉରକେଲା, ମୁନିଗୁଡ଼ା, ବୌଦ, ଭଞ୍ଜନଗରର ପ୍ରତିନିଧିମାନେ ଯୋଗଦେଇ ବିଭିନ୍ନ ସମସ୍ୟା ଗୁଡି଼କୁ କେନ୍ଦ୍ରୀୟ କମିଟି ସମ୍ମୁଖରେ ଉପସ୍ଥାପନା କରିଥିଲେ । ପରିଶେଷରେ ସାତ ଦଫା ସମ୍ବଳିତ ଦାବି ସମ୍ପର୍କରେ ପ୍ରସ୍ତାବ ଗ୍ରହଣ କରାଯାଇ ଓଡି଼ଶା ବନ ଉନ୍ନୟନ ନିଗମ ର୍କୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ନିମି ଅନୁମୋଦନ କରାଯାଇଥିଲା । ସର୍ବଶେଷରେ ସାରା ଓଡି଼ଶାର କୋଣ ଅନୁକୋଣରୁ ଆସିଥିବା କର୍ମଚାରୀ ନେତୃମଣ୍ଡଳୀ ମାନଙ୍କୁ ସଂଘର କାର୍ଯ୍ୟକାରୀ ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.