ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ ଜେନାଙ୍କ ପରଲୋକ
ଭୁବନେଶ୍ୱର,୭।୩(ବ୍ୟୁରୋ): ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବୈଜ୍ଞାନିକ ପ୍ରଫୁଲ୍ଲ କୁମାର ଜେନାଙ୍କର ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା।
ଓଡ଼ିଶ ବିଜ୍ଞାନ ଭିତ୍ତିଭୂମି ସ୍ଥାପନରେ ସ୍ବର୍ଗତ ଜେନାଙ୍କର ପ୍ରମୁଖ ଭୂମିକା ଥିଲା। ସେ ପ୍ରଥମ ଓଡ଼ିଆ ଭାବେ ଭାରତ ସରକାରଙ୍କ କାଉନସିଲ ଅଫ ସାଇଣ୍ଟିଫିକ ଏଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ମହାନିର୍ଦ୍ଦେଶକ ଥିଲେ। ଭୁବନେଶ୍ୱରରେ ଇନଷ୍ଟିଚ୍ୟୁଟ ଅଫ ଫିଜିକ୍ସ, ସାଇନ୍ସ ପାର୍କ ଓ ପଠାଣି ସାମନ୍ତ ପ୍ଲାନେଟୋରିୟମ ପ୍ରତିଷ୍ଠାରେ ତାଙ୍କ ଭୂମିକା ରହିଛି।

1d7ek0
6t848b
05c94j
6v68vp