banner
Breaking

ଓଡିଶାରେ ପ୍ରଥମ ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର

0

ଭୁବନେଶ୍ବର : ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡିଶା ଆଉଏକ ମାଇଲ ଖୁଣ୍ଟ ଅତିକ୍ରମ କରିଛି । ଆଜି ଓଡିଶାରେ ପ୍ରଥମ କରି ରୋବୋଟିକ୍ ମେସିନ ସାହାର୍ଯ୍ୟରେ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର କରାଯାଇଛି । ଭୁବନେଶ୍ୱରର ଆମ୍ରି ହସ୍ପିଟାଲରେ ଦୁଇ ଜଣ ବୟସ୍କ ମହିଳା ଓ ଜଣେ ପୁରୁଷଙ୍କର ରୋବୋଟିକ୍ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର ହୋଇଛି । ଅସ୍ତିଶଲ୍ୟ ବିଶେଷଜ୍ଞ ଡାକ୍ତର ସୁନୀଲ ଦାଶଙ୍କ ନେତୃତ୍ୱରେ ସଫଳତାର ସହ ଏହି ଅସ୍ତ୍ରୋପଚାର କରାଯାଇଥିଲା । ଏଥିରେ ତାଙ୍କ ତିନି ଜଣିଆ ଡାକ୍ତରୀ ଟିମ ସହେଯାଗ କରିଥିଲେ । ଅସ୍ତ୍ରୋପଚାର ପରେ ସମସ୍ତ ତିନି ଜଣ ରୋଗୀ ସୁସ୍ଥ ଅନୁଭବ କରିବା ସହିତ ଚଲାବୁଲା କରିଛନ୍ତି । ଡ. ସୁନୀଲ ଦାଶ କହିଛନ୍ତି ଯେ ଓଡିଶାରେ ପ୍ରଥମ କରି ଆମେ ଆମ୍ରି ହସ୍ପିଟାଲରେ ରୋବୋଟିକସ୍ ସାହାଯ୍ୟରେ ସମସ୍ତ ପ୍ରକାର ଆଣ୍ଠୁ ପ୍ରତିରୋପଣ ସଫଳତାର ସହ ଆରମ୍ଭ କରିଛୁ । ମୋର ଆଶା ଯେତେ ଜଟିଳ ଆଣ୍ଠୁ ସମସ୍ୟା ଜନିତ ରୋଗ ରହିଥିଲେ ମଧ୍ୟ ତାହା ରୋବୋଟିକ୍ ମେସିନ ଦ୍ୱାରା ସହଜ ଓ କମ୍ କଷ୍ଟରେ ନିରାକରଣ କରିହେବ । ଆଣ୍ଠୁ ଜନିତ ବିଭିନ୍ନ ସମସ୍ୟାରେ ପ୍ରଭାବିତ ହେଉଥିବା ରୋଗୀମାନଙ୍କୁ ରୋବୋଟିକ୍ ମେସିନ ଅତି ସହଜରେ ଆଣ୍ଠୁ ପ୍ରତିରୋପଣ ଅସ୍ତ୍ରୋପଚାର କରି ପାରିବ । ଅତ୍ୟାଧୁନିକ ପ୍ରଣାଳୀରେ ନିର୍ମିତ ଏହି ମେସିନରେ ବାହୁ ଓ ହ୍ୟାଣ୍ଡ ରହିଛି ଯାହା ନଷ୍ଟ ହୋଇଯାଇଥିବା ଟିସ୍ୟୁକୁ ଅତି ସହଜରେ ବାହାର କରି କୃତ୍ରିମ ଖଞ୍ଜା ସହିତ ଯୋଡିଥାନ୍ତି । ରୋଗୀ କମ୍ ଯନ୍ତ୍ରଣା ଅନୁଭବ କରନ୍ତି ଓ କ୍ଷତ ଶୀଘ୍ର ସୁଖିବା ସହିତ କମ୍ ଦିନରେ ଚଳପ୍ରଚଳ କରି ପାରନ୍ତି । ଏହି ମେସିନ ଦ୍ୱାରା କୌଣସି ଆଘାତ, ଲିଗାମେଂଟ, କାର୍ଟିଲେଜ, ମାଂସପେଶୀ ଓ ସ୍ନାୟୁ ଜନିତ ସମସ୍ୟା ଏବଂ ଆଘାତ ପରେ ଫେମୁରରେ ବିକୃତି, ଜଟିଳ ଅବକ୍ଷୟ, ପୂର୍ବ ଅସ୍ତ୍ରୋପଚାରରୁ ହାର୍ଡଓୟାର, ଲିଗାମେଂଟ ସ୍ପେରିଂ ଅପ୍ସନ୍ ଭଳି ଜଟିଳ ସମସ୍ୟାର ସମାଧାନ ହୋଇଥାଏ ।

Khansweb Solution Bhubaneswar

Leave A Reply

Your email address will not be published.