ଭୁବନେଶ୍ୱର,୧୧।୨(ବ୍ୟୁରୋ): ବାବା ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କଡା ସୁରକ୍ଷା ବ୍ୟବସ୍ଥାରେ ଶୁକ୍ରବାର ବାବା ଲିଙ୍ଗରାଜଙ୍କ ଜଳାଭିଷେକ ସହ ପୂଜାର୍ଚ୍ଚନା କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମଧ୍ୟ ଉପସ୍ଥିତ ଥିଲେ। ଗର୍ଭଗୃହରୁ ପୂଜାର୍ଚ୍ଚନା ସାରିବା ପରେ ରାଷ୍ଟ୍ରପତି ବେଢା ପରିକ୍ରମା କରିଥିଲେ। ମନ୍ଦିର ବେଢା ପରିସରରେ ଥିବା ବିଭିନ୍ନ ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ କରିବା ସହ ମନ୍ଦିରର ଐତିହ୍ୟ ସମ୍ପର୍କରେ ପଚାରି ବୁଝିଥିଲେ। ଏହାପରେ ଦର୍ଶନ ସାରିି ରାଷ୍ଟ୍ରପତି ଫେରିଆସିଛନ୍ତି।
ଲିଙ୍ଗରାଜ ମନ୍ଦିରରେ ରାଷ୍ଟ୍ରପତିଙ୍କ ଦର୍ଶନ ନିମନ୍ତେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା। ମନ୍ଦିରକୁ ଚାରିପଟୁ ସିଲ କରି ଦିଆଯାଇଥିଲା । ମିଳିଥିବା ସୂଚନାନୁଯାୟୀ,ରାଷ୍ଟ୍ରପତି ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଟକ ଯିବେ। କଟକ ବିଦ୍ୟାଧରପୁରସ୍ଥିତ ନ୍ୟାଶନାଲ ରାଇସ ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଦ୍ୱିତୀୟ ଇଣ୍ଡିଆନ ରାଇସ କଂଗ୍ରେସରେ ଯୋଗ ଦେବେ ବୋଲି ସୂଚନା ମିଳିଛି।

Breaking
ଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମାନସିକ ରୋଗକୁ ରୋକିବାକୁ ସର୍ବୋଚ୍ଚ ପ୍ରାଥମିକତା ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛିଆଇଏନ୍ଡବ୍ଲ୍ୟୁଇସି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ୨.୦ର ଚତୁର୍ଥ ଦିବସରେ ଫ୍ୟାସନ, ଉଦ୍ୟୋଗ ଏବଂ କାହାଣୀ କହିବାର ଶକ୍ତିରେ ଉନ୍ନତିମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାରଜାତୀୟ ମହିଳା ବ୍ୟବସାୟ ମେଳାର ତୃତୀୟ ଦିବସ -ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ଓ ବଲିଉଡ୍ ତାରକାଜନସାଧାରଣଙ୍କ ମୌଳିକ ସୁବିଧା ଛଡେଇ ନେଉଛି ବିଡ଼ିଏ ଘର ସମ୍ମୁଖରେ ରାସ୍ତା ଦେବାକୁ ଦାବି