ଭୁବନେଶ୍ବର ଫେରିଲା ବିଜୁଙ୍କ ଡାକୋଟା

ଭୁବନେଶ୍ବର : ବିଜୁ ପଟ୍ଟନାୟକଙ୍କ ସ୍ମୃତି ଡାକୋଟା ଭିଟି-ଏୟୁଆଇ ବିମାନ ବୁଧବାର ପୂର୍ବାହ୍ନରେ ଓଡ଼ିଶାକୁ ଫେରିଛି। ଅତି ସାବଧାନତାର ସହିତ ବିମାନକୁ ସଡ଼କ ପଥରେ ଅଣାଯାଉଛି। କୋଲ୍‌କାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଭୁବନେଶ୍ବର ଅଭିମୁଖେ ଆସିଛି ଡାକୋଟା। ଡାକୋଟାର ବିଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍‌ କରାଯାଇ ଓଡ଼ିଶା ଅଣାଯାଇଛି । ଏରୋ ସ୍ପେସ୍‌ ରିସର୍ଚ୍ଚ ଆଣ୍ଡ ଡେଭେଲପ୍‌ମେଣ୍ଟ ସଂସ୍ଥାର ଇଞ୍ଜିନିୟର ଏହାକୁ ଆଣୁଛନ୍ତି। ଏଆର୍‌ସିର ୧୦ ଜଣିଆ ଟିମ୍‌ ୧୨ ଦିନ ଧରି ଏହି ଖୋଲିବା କାମରେ ନିୟୋଜିତ ହୋଇଥିଲେ ବୋଲି ଜଣାପଡ଼ିଛି।