banner
Breaking

ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ଅନାଥ, ଦିବ୍ୟାଙ୍ଗ ଓ କୁଷ୍ଠ ଆଶ୍ରମରେ ସହାୟତା ପ୍ରଦାନ

0

ଭୁବନେଶ୍ୱର : ଭଗବାନଙ୍କ ସୃଷ୍ଟି ପରେ ଅନାଥ, ଦିବ୍ୟାଙ୍ଗ, ମାନସିକ ଅନଗ୍ରସରତାକୁ ସାଥୀକରି ଏକ ଅଜଣା ଆଶଙ୍କାରେ ଜୀବନ ଅତିବାହିତ କରୁଥିବା ଓ ପରିବାରକୁ ଛାଡି ବିଭିନ୍ନ ଆଶ୍ରମରେ କାଳାତିପାତ କରୁଥିବା ଅସହାୟମାନଙ୍କୁ ସହାୟତାର ହାତ ବଢେଇଛି ରାଜ୍ୟର ଅଗ୍ରଣୀ ସାମାଜିକ ତଥା ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ।

କ୍ରମାଗତ ଭାବେ ତୃତୀୟ ବର୍ଷ ପାଇଁ କାର୍ଯ୍ୟକ୍ରମର ଉଦ୍ୟେକ୍ତା ସୁଦୂର ହାଇଦ୍ରାବାଦରେ ଏକ ବହୁ ଦେଶୀୟ କମ୍ପାନୀରେ କାର୍ଯ୍ୟରତ ଓଡିଆ ପୁଅ ରଣଜିତ୍ ପଣ୍ଡା ଏବଂ ତାଙ୍କ ସହଧର୍ମିଣୀ ପ୍ରୀୟଦର୍ଶିନୀ ପଣ୍ଡାଙ୍କ ବଦାନ୍ୟତାରେ ଆୟୋଜିତ ଏହି ସାମାଜସେବା କାର୍ଯ୍ୟକ୍ରମକୁ ସଂଘର ସଭାପତି ଡଃ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ସାଧାରଣ ସଂପାଦକ ବିଶ୍ୱଜିତ୍ ପଟ୍ଟନାୟକ (ସିଲୁ), ସଭ୍ୟ ବଟକୃଷ୍ଣ ପଣ୍ଡା, ଗଦାଧର ରଥ, ପ୍ରକାଶ ଚନ୍ଦ୍ର ସାହୁ, ଅର୍ଜୁନ ଦେହୁରୀ, ନିରଞ୍ଜନ ସାହୁ, କୁମର ବାରିକ, ଶିଶିର କୁମାର ମହାରଣା, ଦେବାଶିଷ ଗନ୍ତାୟତ ଓ ନିହାରିକା ଗନ୍ତାୟତଙ୍କୁ ନେଇ ଏକ ପ୍ରତିନିଧି ଦଳ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମଳିପଡା ସଲଗ୍ନ ନରଣଗଡ ଠାରେ ମା ଭୈରବୀ କ୍ଲବ୍ ର ଆନୁକୁଲ୍ୟରେ ସ୍ଥାପିତ ସ୍ୱତନ୍ତ୍ର ବହୁମୁଖୀ ଦିବ୍ୟାଙ୍ଗ ବିଦ୍ୟାଳୟ ଠାରେ ରହୁଥିବା ଦୃଷ୍ଟି ଓ ଶୃତି ବାଧିତ, ମାନସିକ ତଥା ଶାରିରୀକ ଅନଗ୍ରସର ଛୋଟ ଛୋଟ ପିଲାମାନଙ୍କୁ ନୂତନ ବସ୍ତ୍ର ତଥା ନିକଟସ୍ଥ ବିବେକାନନ୍ଦ କୁଷ୍ଠାଶ୍ରମରେ ରହୁଥିବା ଅନ୍ତେବାସୀମାନଙ୍କୁ ଶୀତବସ୍ତ୍ର, ଖାଦ୍ୟପଦାର୍ଥ ତଥା ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପ୍ରଦାନ କରାଯାଇଥିଲା ।

ଏହି ଅବସରରେ ସମସ୍ତ ଅନ୍ତେବାସୀ ଏବଂ ପରିଚାଳନା ସମିତିର ସଭ୍ୟ ଓ ସଭ୍ୟାମାନଙ୍କ ପାଇଁ ସୁସ୍ୱାଦୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ଏଥିସହ ଅନ୍ତେବାସୀମାନେ ସେମାନଙ୍କର ଅର୍ନ୍ତନିହିତ ପ୍ରତିଭା ପରିବେଷଣ କରିବା ସହ ଉପସ୍ଥିତ ସଭ୍ୟବୃନ୍ଦ ତାଙ୍କର ଭଲ ମନ୍ଦ ପଚାରି ବୁଝିଥିଲେ । ଏହାପରେ ଅନୁଷ୍ଠାନର କର୍ମର୍କାମାନଙ୍କ ସହ ସଂଘର ଏକ ବୈଠକରେ ପରବର୍ତ୍ତୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇ ଅନୁଷ୍ଠାନ ପାଇଁ ଯଥାସାଧ୍ୟ ସହଯୋଗ କରାଯିବା ପାଇଁ ପ୍ରତିଶୃତି ଦିଆଯାଇଥିଲା ।

ବିଗତ ଦୁଇ ବର୍ଷରେ ମଧ୍ୟ ସଂଘ ତରଫରୁ ଏହିପରି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଅନ୍ତେବାସୀମାନଙ୍କୁ ଡ୍ରେସ୍‌, ବେଡ୍‌ସିଟ୍‌, ଟାୱେଲ୍ ତଥା ଅନୁଷ୍ଠାନକୁ ଏକ ରେଫ୍ରିଜରେଟର ପ୍ରଦାନ କରାଯାଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ଅନୁଷ୍ଠାନର ସଭାପତି ଲଡୁ କିଶୋର ରଣସିଂହ, ସଂପାଦକ ବୈକୁଣ୍ଠ ନାଥ ମାର୍ଥା, ବିଦ୍ୟାଳୟର ଅଧ୍ୟକ୍ଷା ସ୍ନେହାଞ୍ଜଳୀ ଛୁଆଳସିଂହ, ପ୍ରକଳ୍ପ ନିର୍ଦ୍ଦେଶକ ନିତ୍ୟାନନ୍ଦ ବଡଜେନା, ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ବସନ୍ତ କୁମାର ବ୍ରହ୍ମା, ଦିବକାର ବାହୁବଳେନ୍ଦ୍ର, କୃଷ୍ଣଚନ୍ଦ୍ର ଛୋଟରାୟ, ସୁଚିସ୍ମିତା ମହାନ୍ତି, ସେବିକା ବବିତା ବେହେରା ଓ ସ୍ଥାନୀୟ ଗୋଷ୍ଠିଭିିତ୍ତିକ ପୁନଃ ଥଇଥାନ କେନ୍ଦ୍ରର ସଭ୍ୟ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସାମାଜିକ, ସାଂସ୍କୃତିକ ତଥା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଅଗ୍ରଣୀ ଭୂମିକା ଗ୍ରହଣ କରିଆସୁଥିବା ସଂଘର ଏହି ଆଭିମୁଖ୍ୟକୁ ବୁଦ୍ଧିଜୀବି ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.