banner
Breaking

ଟାଟା ପାୱାରର ୨୫ ହଜାର ଇଭି ଚାର୍ଜି° ଷ୍ଟେଶନ

1

ନୂଆଦିଲ୍ଲୀ,୧୪।୧: ଭାରତର ଅଗ୍ରଣୀ ଓ ଦ୍ରୁତ ଅଭିବୃଦ୍ଧିଶୀଳ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀ ଟାଟା ପାୱାର ପକ୍ଷରୁ ଇ-ଯାନ ଗ୍ରହଣୀୟତା ବଢ଼ାଇବା ଲାଗି ଆସନ୍ତା ୫ ବର୍ଷରେ ଦେଶରେ ୨୫,୦୦୦ ଇଭି ଚାର୍ଜିଂ ଷ୍ଟେଶନ ସ୍ଥାପନ କରିବା ଲାଗି କମ୍ପାନୀ ରଖିଥିବା ମହତ୍ୱାକାଂକ୍ଷୀ ଯୋଜନାକୁ ମଧ୍ୟ ଏହି ଅବସରରେ ଟାଟା ପାୱାର ପକ୍ଷରୁ ଘୋଷଣା କରାଯାଇଛି। ଟାଟା ପାୱାର ପକ୍ଷରୁ ଘର, କର୍ମକ୍ଷେତ୍ର, ଫ୍ଲିଟ୍‌ ଷ୍ଟେଶନ, ସାର୍ବଜନୀନ ସ୍ଥାନ, ଇ-ବସ୍‌ ଚାର୍ଜିଂ ଷ୍ଟେଶନ ପାଇଁ ଇଭି ଚାର୍ଜିଂ ସମାଧାନ ପ୍ରଦାନ କରାଯାଉଛି। ମଲ୍‌, ହୋଟେଲ, ବିମାନବନ୍ଦର ଏବଂ କାର୍ଯ୍ୟାଳୟ ପରିସର ଭଳି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ କମ୍ପାନୀ ଫାଷ୍ଟ ଚାର୍ଜିଂ ପ୍ରଯୁକ୍ତି ମୁତୟନ କରିଛି।
ଏ ସମ୍ପର୍କରେ ଟାଟା ପାୱାରର ବ୍ୟବସାୟ ବିକାଶ ଓ ଇଭି ଚାର୍ଜିଂ ମୁଖ୍ୟ ବୀରେନ୍ଦ୍ର ଗୋୟଲ କହିଛନ୍ତି, ଭାରତରେ ଇଲେକ୍ଟ୍ରିକ୍‌ ଯାନର ଗ୍ରହଣୀୟତା ଦ୍ରୁତଗତିରେ ବୃଦ୍ଧି ପାଉଛି। ତେଣୁ ବର୍ତ୍ତମାନ ସମୟରେ ଏକ ସୁଦୃଢ଼ ସର୍ବଭାରତୀୟ ଚାର୍ଜିଂ ନେଟ୍‌ୱର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଆମର ଉତ୍ପାଦ ଓ ପ୍ରଯୁକ୍ତିକୁ ଉପସ୍ଥାପନକରି ବେଶ୍‌ ଉଲ୍ଲସିତ ମନେକରୁଛୁ, ଯାହା ଟାଟା ପାୱାରକୁ ଭାରତର ଅଗ୍ରଣୀ ଇଭି ଚାର୍ଜିଂ ସମାଧାନ ପ୍ରଦାନକାରୀରେ ପରିଣତ କରିଛି। ଏପରିକି ଭବିଷ୍ୟତରେ ନିରନ୍ତର ଗମନାଗମନ ବିଷୟରେ ଗ୍ରାହକମାନେ ଯେଭଳି ବିଚାର କରିବେ ସେଥିରେ ଗ୍ରାହକଙ୍କୁ ସହାୟତା ପ୍ରଦାନ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିବା ଲାଗି ଟାଟା ପାୱାର ପ୍ରତିବଦ୍ଧ ରହିଛି ବୋଲି ସେ ମତପ୍ରକାଶ କରିଛନ୍ତି। ସେହିଭଳି ଭାରତ ସରକାରଙ୍କ ଜାତୀୟ ଇଲେକ୍ଟ୍ରିକ୍‌ ଗମନାଗମନ ମିଶନ ପ୍ଲାନ୍‌ ଅନୁସାରେ ଟାଟା ପାୱାର ପକ୍ଷରୁ ଇଭି ଚାର୍ଜିଂ ଅଭିଯାନକୁ କାର୍ଯ୍ୟକାରୀ କରାଯାଇଛି। ଦେଶର ପ୍ରମୁଖ ସହର ଓ ପର୍ଯ୍ୟଟନ ସ୍ଥଳଗୁଡ଼ିକରେ ଇଭି ଚାର୍ଜିଂ ବ୍ୟବସ୍ଥା ବିକାଶ କରାଯାଇଛି।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.