banner
Breaking

ବିଏମସି ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଓ କମ୍ବଳ ବଣ୍ଟନ

0

ଭୁବନେଶ୍ୱର,୭ା୧ ଓଡିଶା ସେବକ ସଂଘ ପକ୍ଷରୁ ମଞ୍ଚେଶ୍ବର ଧିରୀକୁଟି ସାହିରେ ବିଏମସି ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା ଓ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଘର ସମ୍ପାଦକ ବସନ୍ତ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୧ ନମ୍ବର ଓାର୍ଡ କର୍ପୋରେଟର ପ୍ରଭାସିନୀ ମହାନ୍ତି ଯୋଗଦେଇ କହିଥିଲେ ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ସଫେଇ କର୍ମଚାରୀମାନେ ବହୁତ କଷ୍ଟ କରୁଛନ୍ତି । କାଠୁଆ ଶୀତରେ ଲୋକମାନେ ଘରେ ଶୋଇଥିଲା ବେଳେ କର୍ମଚାରୀମାନେ ଶୀତ କାକରକୁ ଖାତିରି ନକରି ଅଳିଆ ସଫା କରୁଛନ୍ତି । ଆମ ପରିବେଶକୁ ସଫା ସୁତୁରା ରଖି ଆମକୁ ରୋଗ ଦାଉରୁ ରକ୍ଷା କରୁଛନ୍ତି । ସେମାନେ ମହାନ ତାଙ୍କୁ ଯେତେ ପ୍ରଶଂସା କଲେବି କମ୍ ରହିଯିବ । ଏଥି ସହିତ ଓଡିଶା ସେବକ ସଂଘର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମାନୀୟ ଅତିଥି ଭାବେ ସଭାପତି ଅଶୋକ ମିଶ୍ର, ହରେକୃଷ୍ଣ ପଟ୍ଟନାୟକ,ସାନିଟାରୀ ଇନ୍ସପେକ୍ଟର ପୌମେନ୍ଦ୍ର ପ୍ରଧାନ, ଦେବରାଜ ରାଉତ, ଦେବେନ୍ଦ୍ର ଆଚାର୍ଯ୍ୟ, ଦିଲ୍ଲିପ କୁମାର ଧୀର ପ୍ରମୁଖ ଯୋଗଦେଇ ସଫେଇ କର୍ମଚାରୀଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଶୁଖିଲା ଖାଦ୍ୟ ଓ କମ୍ବଳ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଧିରୀକୁଟି ସାହିର ସଭାପତି ରାଜେନ୍ଦ୍ର ସାହୁ, ସ୍ଥାନୀୟ ମୁରବୀ ଜମେଶ୍ୱର ବରାଡ, କାର୍ତ୍ତିକ ମହାଳିକ, ଦାଶରଥି ମହାପାତ୍ର, ବିଦ୍ୟାଧର ସାହୁ, ଦେବାଶିଷ ବେହେରା, ସଞ୍ଜୟ ମଲ୍ଲିକ, ତାରିକଶ୍ୱର ବାରିକ ଓ ସୁଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.