ଫ୍ୟୁଚର ଓଡିଶା ପକ୍ଷରୁ ନିଆରା ଢଙ୍ଗରେ ନବବର୍ଷ ପାଳିତ
ଭୁବନେଶ୍ୱର,୧ା୧ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫ୍ୟୁଚର ଓଡିଶା ପକ୍ଷରୁ ନୂତନ ବର୍ଷ ୨୦୨୩ କୁ ନିଆରା ଢଙ୍ଗରେ ପାଳନ କରାଯାଇଛି । ଅଜି ପ୍ରେସ ଛକ ନିକଟରେ ଥିବା ଓପନ ଲର୍ଣିଙ୍ଗ ସ୍କୁଲରେ ଦିବ୍ୟାଙ୍ଗ ପିଲାଙ୍କ ଗହଣରେ କେକ୍ କାଟି ନାଚ ଗୀତ କରି ନୂଆବର୍ଷ ଉତ୍ସବ ପାଳନ କରାଯାଇଥିଲା ।

ଅନୁଷ୍ଠାନର ସଭାପତି ଅଂଶୁମାନ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ସମ୍ମାନିତ ଅତିଥି ଭାବେ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁର ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ୧୨ ନମ୍ବର ଓାର୍ଡର କର୍ପୋରେଟର ଜୟନ୍ତୀ ସାହୁ, କଂଗ୍ରେସ ମୁଖପାତ୍ର ଅମିୟ ପାଣ୍ଡବ, ନଳିନୀ କାନ୍ତ ନାୟକ, ପୂର୍ବତନ କର୍ପୋରେଟର ଦେବୀପ୍ରସାଦ ମଲ୍ଲିକ, କଣ୍ଠଶିଳ୍ପୀ ପୂଜା ପଟ୍ଟନାୟକ, ସାମ୍ବାଦିକ ସୁକାନ୍ତ ରାଉତ ପ୍ରମୁଖ ଯୋଗଦେଇ ଫ୍ୟୁଚର ଓଡିଶାର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏବଂ ପିଲାମାନଙ୍କ ସହିତ କେକ୍ କାଟି ମିଠା ବାଣ୍ଟି ନୂତନ ବର୍ଷ ପାଳନ କରିଥିଲେ । ବାପି ନାୟକ, ସାଗର ପ୍ରଧାନ, ରୂପାଲି ଦଳାଇ, ଗୀତାଞ୍ଜଳି ଦଳାଇ ପ୍ରମୁଖ ସହଯୋଗ କରିଥିଲେ ।

**mitolyn official**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.