ଭୁବନେଶ୍ୱର : ଭୁବନେଶ୍ୱରକୁ ସ୍ୱଚ୍ଛ ସୁନ୍ଦର ରଖିବା ପାଇଁ ବିଏମସି ପକ୍ଷରୁ ଗଣସଫେଇ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ପ୍ରତି ଓାର୍ଡରେ ଏହା ଚାଲିଥିବା ବେଳେ ଆଜି ଜନତା ମଇଦାନରେ ସମୁହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୧୨ ନମ୍ବର ଓାର୍ଡ କର୍ପୋରେଟର ଜୟନ୍ତୀ ସାହୁଙ୍କ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମେୟର ସୁଲୋଚନା ଦାସ, ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ, ଅତିରିକ୍ତ କନିଶନର ମୟୁର ସୂର୍ଯ୍ୟବଂଶୀ, ଲକ୍ଷ୍ମୀକାନ୍ତ ସେଠୀ, ଉତ୍ତର ଜୋନ୍ ଡେପୁଟି କମିଶନର ପୁରନ୍ଦର ନନ୍ଦ, ଡେପୁଟି କମିଶନର ଶଭେନ୍ଦୁ ସାହୁ କର୍ପୋରେଟର ମିହିର କୁମାର ରାଉତ, ମୋନାଲିସା ବେହେରା, ଇତିଶ୍ରୀ ଦାସ, ପ୍ରେମାନନ୍ଦ ଜେନା, ପୂଜା ମହାରଣା, ଅଚ୍ୟୁତ ଦାସ, ପ୍ରଭାସିନୀ ମହାନ୍ତି, ବନ୍ଦିତା ପାଲ, ଆଏସା ବେଗମ ସମେତ ୨୦ ରୁ ଉର୍ଦ୍ଧ୍ୱ କର୍ପୋରେଟର ଯୋଗଦେଇ ସଫେଇ କର୍ମଚାରୀ ମାନଙ୍କ ସହିତ ଝାଡୁ ମାରିବା ସହିତ ଅଳିଆ ଉଠାଇ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଓାର୍ଡ ଅଧିକାରୀ, ସାନିଟାରୀ ଇନ୍ସପେକ୍ଟର, ସୁପରଭାଇଜର, ସ୍ୱଚ୍ଛସାଥୀ ଓ ସମାଜସେବୀ ମାନେ ଉପସ୍ଥିତ ଥିଲେ ।




