banner
Breaking

ଭାରତ ସରକାରଙ୍କ ଅଫିସିଆଲ୍ କ୍ୟାଲେଣ୍ଡର ଉନ୍ମୋଚିତ

1

ନୂଆଦିଲ୍ଲୀ,୨୮ା୧୨:କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ବୁଧବାର ଭାରତ ସରକାରଙ୍କ ଅଫିସିଆଲ କ୍ୟାଲେଣ୍ଡର ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଅନୁରାଗ କହିଛନ୍ତି, ସରକାରୀ କ୍ୟାଲେଣ୍ଡର ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ସବ୍‌କା ସାଥ୍‌ ସବ୍‌କା ବିକାଶ, ସବ୍‌କା ବିଶ୍ୱାସ’ର ଏକ ପ୍ରତିଫଳନ। ବିକାଶଶୀଳ ଭାରତକୁ ଦର୍ଶାଉଥିବା ୧୨ଟି ଛବିର ଏହା ଏକ ଆକର୍ଷଣୀୟ ସଙ୍କଳନ। ୧୨ ମାସ ପାଇଁ ଏହି ୧୨ ଥିମ୍‌ ବା ବିଷୟବସ୍ତୁ କେନ୍ଦ୍ର ସରକାରଙ୍କ ଜନମଙ୍ଗଳକାରୀ ଉଦ୍ୟମଗୁଡ଼ିକୁ ପ୍ରତିପାଦନ କରୁଛି। ନୂଆବର୍ଷର ଥିମ୍‌ ‘ନୟା ବର୍ଷ, ନୟା ସଂକଳ୍ପ’ ସରକାରଙ୍କ ସଫଳତା ଓ ଭବିଷ୍ୟତ ପ୍ରତଶ୍ରୁତିବଦ୍ଧତାକୁ ସୂଚାଉଛି। ଏହି କ୍ୟାଲେଣ୍ଡରର ୧୧ ଲକ୍ଷ କପି ଛପାଯିବ। ସେଥିରୁ ୨.୫ କପି ଆଞ୍ଚଳିକ ଭାଷାରେ ଆସିବ। ୧୩ଟି ଭାଷାରେ ମୁଦ୍ରିତ ଏହି କ୍ୟାଲେଣ୍ଡରଗୁଡ଼ିକୁ ଦେଶର ସମସ୍ତ ସରକାରୀ ଅଫିସ ଓ ପଞ୍ଚାୟତରେ ବିତରଣ କରାଯିବ ବୋଲି ଅନୁରାଗ ସୂଚନା ଦେଇଛନ୍ତି।

Khansweb Solution Bhubaneswar
1 Comment
  1. mitolyn official says

    **mitolyn official**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.