banner
Breaking

ଏଥର ଚାଲିବ ଯାତ୍ରୀବାହୀ ଟ୍ରେନ୍

1

କୋରାପୁଟ : କୋରାପୁଟ-ରାୟଗଡ଼ା ରେଳପଥ (କେଆର୍‌) ଲାଇନ୍‌ର କୋରାପୁଟରୁ ଦାମନଯୋଡ଼ି, କୋରାପୁଟରୁ କିରାଣ୍ଡୁଲ ଏବଂ କୋରାପୁଟରୁ ମାନାବାର ମଧ୍ୟରେ ୨୬ କି.ମି. ରେଳଲାଇନର ଦୋହରୀକରଣ କାର୍ଯ୍ୟ ଶେଷ ହୋଇଛି। ଏହାର ନିରୀକ୍ଷଣ ପାଇଁ ଗୁରୁବାର ରେଲୱେ ୱାଲ୍‌ଟିୟର ଡିଭିଜନର ଡିଆର୍‌ଏମ୍‌ ଅନୁପ ଶତପଥୀ ଏକ ସ୍ବତନ୍ତ୍ର ଟ୍ରେନ୍‌ରେ କୋରାପୁଟ ଗସ୍ତ କରିଛନ୍ତି। କେଆର୍‌ ରେଳଲାଇନର ଡମୁରିପୁଟ ଓ ଦାମନଯୋଡ଼ି ଯାଏ ହୋଇଥିବା ଦୋହରୀକରଣ ରେଳଲାଇନରେ ସେ ଟ୍ରେନ୍‌ ଦ୍ୱାରା ଯାଇ ଟ୍ରାକ୍‌ ଓ ଲାଇନର ସମସ୍ତ କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ସେହିପରି କେକେ ଳାଇନର କୋରାପୁଟରୁ ମାନାବାର ଯାଏ ହୋଇଥିବା ଦୋହରୀକରଣ ରେଳ ଲାଇନରେ ମଧ୍ୟ ପରୀକ୍ଷଣ ଟ୍ରେନ୍‌ ଗଡ଼ିଛି। ଡିଆର୍‌ଏମ୍‌ ଶତପଥୀ ଓ ସିଆର୍‌ଏସ୍‌ର ମୁଖ୍ୟଯନ୍ତ୍ରୀ କେ.ଡି. ରାଓ ପରୀକ୍ଷଣ ଟ୍ରେନ୍‌ରେ ଯାଇ ସମସ୍ତ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ୨୬ କି.ମି. ରାସ୍ତାରେ ଡୁମୁରିପୁଟ, ଦାମନଯୋଡ଼ି, ମାନାବାର ଆଦି ୩ ଷ୍ଟେଶନ ପଡୁଛି। ଏଗୁଡିକର ସାମଗ୍ରିକ ବିକାଶ କାର୍ଯ୍ୟ ଚାଲିଛି ବୋଲି ସେ ପ୍ରକାଶ କରିଥିଲେ। ଆସନ୍ତା ଜାନୁୟାରୀ ଦ୍ୱିତୀୟ ସପ୍ତାହରୁ ଏହି ଦୋହରୀକରଣ ରେଳଲାଇନରେ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ କରିବ ବୋଲି ସେ ସୂଚନା ଦେଇଛନ୍ତି। କୋରାପୁଟ ଷ୍ଟେଶନର ୩ ନମ୍ବର ପ୍ଲାଟ୍‌ଫର୍ମ କାର୍ଯ୍ୟ ଚାଲିଛି। ଏହି ନୂତନ ଫ୍ଲାଟ୍‌ଫର୍ମକୁ ଅଧିକ ଲମ୍ବା କରାଯାଉଛି, ଏହାଦ୍ୱାରା ଆଗାମୀ ଦିନରେ ଷ୍ଟେଶନରେ ଅଧିକ ଲମ୍ବା ଟ୍ରେନ୍‌ମାନ ରହିବାରେ ସହାୟକ ହେବ ବୋଲି ସେ କହିଥିଲେ। ଏହି ଅବସରରେ ଷ୍ଟେଶନ ମ୍ୟାନେଜର ନବକିଶୋର ଭିତିରିଆଙ୍କ ସମେତ ରେଲୱେର ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.