banner
Breaking

ଆନ୍ତର୍ଜାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ପାଳିତ

1

ଭୁବନେଶ୍ୱର,: ସଂଖ୍ୟାଲଘୁ ସେଲ୍ ପକ୍ଷରୁ ଆନ୍ତର୍ଜାତୀୟ ସଂଖ୍ୟାଲଘୁ ଅଧିକାର ଦିବସ ଭୁବନେଶ୍ୱରର ଗୀତ ଗୋବିନ୍ଦ ସଦନ ଠାରେ ପାଳିତ ହୋଇଯାଇଛି । ଓଡିଶା ସଂଖ୍ୟାଲଘୁ ସଂପ୍ରଦାୟ ତରଫରୁ ଆୟୋଜିତ ଓ ବିଜେଡି ଭୁବନେଶ୍ୱର ଜିଲ୍ଲା ଉପସଭାପତି ମୁଶାରଫ ଖାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ସମ୍ମାନୀତ ଅତିଥି ଭାବେ ଓଡିଶା ସଂଖ୍ୟାଲଘୁ ସଂପ୍ରଦାୟର ଅଧ୍ୟକ୍ଷ ତଥା ଆଇନଜୀବୀ ଡଃ ହାସନ ଖାନ୍‌, କର୍ପୋରେଟର ଆଏସା ବେଗମ୍‌, ବାପୁଜୀ ନଗର ଚାମ୍ବର୍ସ ଅଫ୍ କମର୍ସର ସଭାପତି ମିର ମହମ୍ମଦ ଖାନ୍‌, ସମାଜସେବୀ ମିର୍ଜା ରିୟାଜ ବେଗ୍‌, ବିଜୁ ଜନତା ଦଳ ସଂଖ୍ୟାଲଘୁ ସେଲର ରାଜ୍ୟ ଉପସଭାପତି ଅବତାର ସିଂ ଭୁର୍ଜୀ, ପୁର୍ବତନ କର୍ପୋରେଟର ନିଜାମ ଉଦ୍ଦିନ୍‌, ଆଇନଜୀବୀ ସମରେନ୍ଦ୍ର ସାହୁ , ଲୀନା ନନ୍ଦିତା ପରିଡା, ହବିଉଲ୍ଲା ଖାନ୍‌, ଦିଲଦାର ଖାନ୍‌, ଏମ୍ ଆର ଖାନ୍ ପ୍ରମୁଖ ଯୋଗଦେଇ ସଂଖ୍ୟାଲଘୁ ମାନଙ୍କର ଅଧିକାର ବିଷୟରେ ଆଲୋଚନା କରିଥିଲେ । ସଂଖ୍ୟାଲଘୁ କମିଶନ ଗଠନ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ଅବସରରେ ସମାଜସେବା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଏଲ୍ ପି ଟିମ୍ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ସଂଖ୍ୟାଲଘୁ ସଂପ୍ରଦାୟର ବ୍ୟକ୍ତି ବିଶେଷ୍ୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସୁକାନ୍ତ ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲା ବେଳେ ସଂପ୍ରଦାୟର ଆବାହକ ବାବୁ ରାଜା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.