ଭୁବନେଶ୍ୱର : ମେଡିକାଲ ଏଜୁକେଶନ ସର୍ଭିସରେ ଶୁକ୍ରବାର ୨୦୩ଜଣ ସହକାରୀ ପ୍ରଫେସର ନିଯୁକ୍ତି ପାଇଛନ୍ତି। ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ନବନିଯୁକ୍ତ ଏହି ସହକାରୀ ପ୍ରଫେସରଙ୍କୁ ଦିଗ୍ଦର୍ଶନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନୂତନ ସହକାରୀ ପ୍ରଫେସରଙ୍କୁ ଶୁଭେଚ୍ଛା ଜଣାଇବା ସହ ୫-ଟି ମନ୍ତ୍ର ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାର ସ୍ବାସ୍ଥ୍ୟସେବାକୁ ସବୁବେଳେ ପ୍ରାଥମିକତା ଦେଇଆସୁଛନ୍ତି। ପ୍ରତି ଜୀବନ ମୂଲ୍ୟବାନ୍। ସେଥିପାଇଁ ରାଜ୍ୟ ସରକାର ସବୁବେଳେ ‘ସୁସ୍ଥ ଓଡ଼ିଶା, ସୁଖୀ ଓଡ଼ିଶା’ ଉପରେ ବିଶ୍ବାସ ରଖନ୍ତି। ଟ୍ରାନ୍ସପରେନ୍ସି, ଟେକ୍ନୋଲୋଜି, ଟିମ୍ଓ୍ବାର୍କ, ଟାଇମ ଓ ଟ୍ରାନ୍ସଫରମେଶନ କ୍ୟାରିୟରରେ ସବୁଠାରୁ ଅଧିକ ମହତ୍ତ୍ବ ରଖେ ବୋଲି କହିଛନ୍ତି। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ଗତ ୩ ବର୍ଷ ମଧ୍ୟରେ ସ୍ବାସ୍ଥ୍ୟ ବଜେଟ ଦୁଇଗୁଣା କରାଯାଇଛି। ରାଜ୍ୟ ବଜେଟର ୬ ପ୍ରତିଶତରୁ ଅଧିକ ସ୍ବାସ୍ଥ୍ୟକ୍ଷେତ୍ରରେ ବ୍ୟୟ କରାଯାଉଛି। ନବନିଯୁକ୍ତ ସହକାରୀ ପ୍ରଫେସରମାନଙ୍କୁ ଦିଗ୍ଦର୍ଶନ ଦେବା ସହ ସେମାନଙ୍କ ନୈତିକତା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସଚେତନ କରାଇଥିଲେ।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
