banner
Breaking

ରାଜଧାନୀ ଉପକଣ୍ଠରୁ ମୃତ ଦେହ ଉଦ୍ଧାର

1

ଭୁବନେଶ୍ୱର : ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଧୀନ ପାଇକରାପୁର ପାହାଡ଼ତଳେ ମଙ୍ଗଳବାର ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତକ ହେଲେ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପଞ୍ଚପଲ୍ଲୀ ପଞ୍ଚାୟତ ବ୍ରହ୍ମକୁଣ୍ଡଳ ଗଁାର ବଂଶୀଧର ଜେନା। କିନ୍ତୁ ସେ ଚନ୍ଦକା ଥାନା ଅଧୀନ ପାଇକରାପୁର ସ୍କୁଲରେ ପିଅନ ଭାବେ କାମ କରୁଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏଥିସହ ଭୁବନେଶ୍ୱରରୁ ସାଇଣ୍ଟିଫିକ ଟିମ୍‌ ପହଞ୍ଚତ୍ ଘଟଣାସ୍ଥଳରୁ ରକ୍ତଲଗା ପଥର, ଚପଲ, ମଦ ବୋତଲ, ସିଗାରେଟ, ମୋବାଇଲ ଫୋନ ଓ ପର୍ସ ଜବତ କରିଛି। ତେବେ ବଂଶୀଧରଙ୍କ ପରିବାର ବଂଶୀଧରଙ୍କୁ କେହି ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ହତ୍ୟା ମାମଲା(ନଂ.୨୭୦/୨୨) ରୁଜୁ କରି ପ୍ରାଥମିକ ତଦନ୍ତରେ ୪ଜଣଙ୍କୁ ଅଟକ ରଖିଛି।
ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ସୋମବାର ବଂଶୀଧର ସ୍କୁଲକୁ ଯାଇଥିଲେ। କାମ ସରିବା ପରେ ସନ୍ଧ୍ୟାରେ ଗଁା ବୁଲି ଫେରୁଥିଲେ। ହେଲେ ରାତି ୧୦ଟା ୧୫ରେ ବଂଶୀଧର ତାଙ୍କ ବୋହୂ ଓ ନାତି ସହ ଫୋନରେ କଥା ହୋଇ ଗାଡ଼ି ଖରାପ ହୋଇଯାଇଥିବା କହିବା ସହ ହଜାରେ ଟଙ୍କା ପଠାଇବାକୁ କହିଥିଲେ। କିନ୍ତୁ ତାଙ୍କ ପାଖରେ ଟଙ୍କା ନ ଥିବା କହି ପୁଅସହ କଥାହେବାକୁ ବୋହୂ କହିବାରେ ବଂଶୀଧର ମନା କରିଦେଇଥିଲେ। ପରେ ସେ ବାରଙ୍ଗରେ ଥିବା ଜ୍ୱାଇଁଙ୍କ ସହ କଥାହୋଇ ହଜାରେ ଟଙ୍କା ମାଗିଥିଲେ। ଫୋନ ପେ’ରେ ପଠାଇବାକୁ କହିବାରୁ ବଂଶୀଧର ଅନ୍ୟ ଏକ ନମ୍ବର ଦେବା ସହ ଗାଡ଼ି ସଜାଡ଼ି ଘରକୁ ଯାଉଛି ବୋଲି କହିଥିଲେ। ଟଙ୍କା ପଠାଇବା ପରେ ଜ୍ୱାଇଁ କଥାହେବାକୁ ଚେଷ୍ଟା କରିବାବେଳେ ବଂଶୀଧରଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ଥିଲା। ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଖବର ପାଇଥିଲୁ। କେହି ଟଙ୍କା ପାଇଁ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି ବଂଶୀଧରଙ୍କ ପୁଅ ଜ୍ୟୋତିରଞ୍ଜନ ଜେନା ଓ ସମୁଦୁଣୀ ଖୋଲଣା ଜେନା କହିଛନ୍ତି। ଅପରପକ୍ଷେ ମଙ୍ଗଳବାର ସକାଳେ ପାଇକରାପୁର ଗ୍ରାମର କେତେଜଣ ଯୁବକ ସ୍କୁଲ ପଡିଆ ପଛପଟ ସନ୍ତୋଷୀ ମା’ ମନ୍ଦିର ପାଖ ପାହାଡ଼ ରାସ୍ତାରେ ଯାଉଥିବା ବେଳେ ବଂଶୀଧରଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିଥିଲେ। ବିଭିନ୍ନ ସାମଗ୍ରୀ ସହ ରକ୍ତଛିଟା ଲାଗିଥିବା ପଥର ପଡ଼ିଥିବା ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ସାଇଣ୍ଟିଫିକ ଟିମ୍‌କୁ ଜଣାଇବା ସହ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲା। ପରେ ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତ ରି ଫୋନ ପେ’ରେ ହଜାରେ ଟଙ୍କା ଛଡ଼ାଯାଇଥିବା ମୋବଇଲ ନମ୍ବର ଆଧାରରେ ୪ଜଣଙ୍କୁ ଧରି ଆଣି ପଚରାଉଚରା କରୁଛି। ଉଲ୍ଲେଖଥାଉ କି, ବଂଶୀଧର ଆଉ ଗୋଟିଏ ବର୍ଷ ପରେ ଚାକିରିରୁ ଅବସର ନେଇଥାନ୍ତେ।

Khansweb Solution Bhubaneswar
1 Comment
  1. mitolyn reviews says

    **mitolyn reviews**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.