banner
Breaking

ଚାରୋଟି ଶିଶୁ ଶାବକ ଜନ୍ମ ଦେଲା ସିଂହୀ ବିଜଲୀ

0

ଭୁବନେଶ୍ୱର : ନନ୍ଦନକାନନର ସିଂହୀ ବିଜଲୀ ପର୍ଯ୍ୟଟକଙ୍କୁ ଭେଟି ଦେଇଛି। ଏସୀୟ ସିଂହୀ ବିଜଲୀ ମଙ୍ଗଳବାର ତା’ର ତୃତୀୟ ଗର୍ଭରୁ ୪ଟି ଶାବକଙ୍କୁ ଜନ୍ମ ଦେଇଛି। ପ୍ରଥମ ଶାବକ ଅପରାହ୍ନ ୨ଟା ୩୨, ୨ୟ ଶାବକ ଅପରାହ୍ନ ୪ଟା ୧୬, ୩ୟ ଶାବକ ଅପରାହ୍ନ ୫ଟା ୩୬ ଏବଂ ୪ର୍ଥ ଶାବକ ସା ୭ଟା ୨୧ରେ ଜନ୍ମ ହୋଇଛନ୍ତି। ବିଜଲୀର ନବଜାତ ୪ଟି ଛୁଆ ସୁସ୍ଥ ଥିବାବେଳେ ମା’ ସେମାନଙ୍କୁ ତା’ ଜିଭରେ ଚାଟୁଥିବାର ଦୃଶ୍ୟ ସିସିଟିଭିରେ ଦେଖିବାକୁ ମିଳିଛି। ତେବେ ଜନ୍ମିତ ଛୁଆ ୪ଟିର ଲିଙ୍ଗ ଚିହ୍ନଟ ହୋଇନାହିଁ। ସିଂହ ସମ୍ରାଟ୍‌ ଏବଂ ସିଂହୀ ବିଜଲୀର ମିଳନ ଗତ ଅଗଷ୍ଟ ମାସରେ ହୋଇଥିଲା। ପରେ ଗର୍ଭବତୀ ବିଜଲୀ ପ୍ରତି କର୍ତ୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେଇଥିଲେ। ସିଂହ ସଫାରୀ ଫିଡିଂ ଚାମ୍ବର ପଛପଟ ପୃଥକୀକରଣ ଏନ୍‌କ୍ଲୋଜରରେ ବିଜଲୀକୁ ରଖିବା ସହ ସିସିଟିଭି ଲଗାଇ ତା’ର ଗତିବିଧି ଲକ୍ଷ୍ୟ କରୁଥିଲେ। ଏହି ୪ ଶାବକଙ୍କ ଜନ୍ମ ପରେ ନନ୍ଦନକାନନରେ ଏହି ପ୍ରଜାତିର ସିଂହଙ୍କ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ତହିଁ ମଧ୍ୟରେ ୪ ଅଣ୍ଡିରା, ୪ ମାଈ ଓ ନବଜାତ ୪ ଶାବକ ରହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.