banner
Breaking

ମା ତାରିଣୀ ମନ୍ଦିରର ବାର୍ଷିକ ଉତ୍ସବ

0

ଭୁବନେଶ୍ୱର : ନୀଳାଦ୍ରି ବିହାର ସେକ୍ଟର ଏକ ସ୍ଥିତ ମା ତାରିଣୀ ମନ୍ଦିରର ୧୩ ତମ ବାର୍ଷିକ ଉତ୍ସବ ମୋହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଏକ ଦିନାତ୍ମକ ଧାର୍ମିକ ଉତ୍ସବରେ ସକାଳ ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ପରେ ଯଥା ବିଧି ଓ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ପୂର୍ବକ ସୂର୍ଯ୍ୟପୂଜା,ଯଜ୍ଞାରମ୍ଭ, ଚଣ୍ଡିପାଠ,ସନ୍ଧ୍ୟା ଆଳତୀ,ପୂର୍ଣ୍ଣାହୂତି ହୋଇଥିଲା ।

ଦୀର୍ଘ ଦିନ ଧରି ସେକ୍ଟର ୧ ଠାରେ ପୂଜା ପାଉଥିବା ମାଙ୍କର ଏହି ବାର୍ଷିକ ଉତ୍ସବରେ ସ୍ଥାନୀୟ ଅଂଚଳର ବହୁ ଭକ୍ତ ଯୋଗଦେଇ ଦର୍ଶନ କରିବା ସହିତ ମାଙ୍କ ଆଶୀର୍ବାଦ ଲାଭ କରିଥିଲେ । ରାତିରେ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ସହିତ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ବିନ୍‌ଦାସ କ୍ଲବର ସଦସ୍ୟ ମାନେ ପରିଚାଳନା କରିଥିବା ବେଳେ ଚନ୍ଦ୍ରାଲୋକ ମାର୍କେଟ୍ ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ଓ ସ୍ଥାନୀୟ ଅଳର ଭକ୍ତମାନେ ସାହାର୍ଯ୍ୟ ସହଯୋଗ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.