banner
Breaking

ଛାତିରେ ପଶିଯାଇଥିଲା ବାଉଁଶ: ନୂଆ ଜୀବନ ଦେଲେ କିମ୍‌ସ ଡାକ୍ତର

1

ଭୁବନେଶ୍ୱର : ଦୁର୍ଘଟଣାର ସମ୍ମୁଖୀନ ହୋଇ ଛାତିରେ ବାଉଁଶ ପଶି ଯାଇଥିଲା । ଜୀବନ ସହ ସଂଘର୍ଷ କରୁଥିବା ସମୟରେ କିମ୍‍ସ ଡାକ୍ତର ଦେଲେ ନୂଆ ଜୀବନ। ପୁରୀ ଜିଲ୍ଲା ଚନ୍ଦନପୁର ବ୍ଲକ୍‍ ତଳଜଙ୍ଗ ଅଞ୍ଚଳର ୪୦ ବର୍ଷୀୟ ତପନ ପରିଡ଼ା ନିଜ ଜମି ନିକଟସ୍ଥ ସାଇଫନରେ ପାଣି ଦେଖୁଥିବା ବେଳେ ବାଡ଼ ଭାଙ୍ଗିଯିବାରୁ ୧୫ଫୁଟ ତଳକୁ ଖସି ପଡ଼ିଥିଲେ। ଫଳରେ ପାଣିରେ ପୋତା ଯାଇଥିବା ବାଉଁଶ ତାଙ୍କ ଛାତିରେ ପଶି ପିଠିରେ ବାହାରି ଯାଇଥିଲା। ଗତ୨୮ ତାରିଖ ରାତି ପ୍ରାୟ ୯.୩୦ ସମୟରେ ଏହି ଘଟଣା ଘଟିଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ସମ୍ପର୍କୀୟମାନେ ତୁରନ୍ତ ତାଙ୍କୁ ଭୁବନେଶ୍ୱର କିମ୍‍ସ ହସ୍‍ପିଟାଲ୍‍କୁ ନେଇ ଆସିଥିଲେ। ବିଳମ୍ବିତ ରାତିରେ କିମ୍‍ସ ହସ୍‍ପିଟାଲରେ ପହଞ୍ଚିବା ପରେ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ପି ଏସ୍‍ ପୂଜାରୀଙ୍କ ନେତୃତ୍ୱରେ ୬ ଜଣିଆ ଡାକ୍ତରୀ ଦଳ ତୁରନ୍ତ ତାଙ୍କର ଅସ୍ତ୍ରୋପଚାର କରିଥିଲେ। ଦୀର୍ଘ ୪ ଘଣ୍ଟା ଧରି ଏହି ଅସ୍ତ୍ରୋପଚାର ପରେ ଡାକ୍ତରୀ ଦଳ ତପନଙ୍କ ଶରୀରରୁ ବାଉଁଶ ବାହାର କରିବାରେ ସଫଳ ହୋଇଥିଲେ। ଫଳରେ ତପନଙ୍କ ଜୀବନ ରକ୍ଷା ପାଇବା ସହ ତାଙ୍କ ଶରୀର ଏବଂ ହାତ କର୍ଯ୍ୟକ୍ଷମ ହୋଇପାରିଛି। ଏହି ଅସ୍ତ୍ରୋପଚାର ଡାକ୍ତରୀ ଦଳ ପାଇଁ ଏକ ଚ୍ୟାଲେଞ୍ଜ ଥିଲା। ଉନ୍ନତ ମାନର ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାର, ଡା ପୂଜାରୀ ଓ ଡାକ୍ତରୀ ଦଳ ଏବଂ ନିଶ୍ଚେତକ ବିଭାଗର ଡା ସଞ୍ଜୟ କୁମାର ବେହେରା ଏହି ଅସ୍ତ୍ରୋପଚାରରେ ସାମିଲ ହୋଇ ଅସ୍ତ୍ରୋପଚାରକୁ ସଫଳ କରିଥିଲେ। ତପନ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଚଲାବୁଲା କରିପାରୁଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ଏବେ ୨୧ ଦିନ ପର୍ଯ୍ୟନ୍ତ ବିଶ୍ରାମ ନେବେ। ନୂତନ ଜୀବନ ପାଇଥିବାରୁ ତପନ ଓ ତାଙ୍କ ପରିବାର କିମ୍‍ସ ଡାକ୍ତର ଏବଂ କିମ୍‌ସ ହସ୍ପିଟାଲକୁ ଧନ୍ୟବାଦ ଦେଇଛନ୍ତି। ଏଭଳି ସଫଳ ଅସ୍ତ୍ରୋପଚାର ପାଇଁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା ପୂଜାରୀ ଓ ଅସ୍ତ୍ରୋପଚାରରେ ସାମିଲ ଥିବା ଡାକ୍ତରୀ ଦଳ ତଥା ସ୍ୱାସ୍ଥ୍ୟକର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Khansweb Solution Bhubaneswar
1 Comment
  1. mitolyn official says

    **mitolyn official**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.