ଆଜି ଭାରତ ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ : ଟି୨୦ ବିଶ୍ୱକପ୍‌ ୨୦୨୨ରେ ରବିବାରଠାରୁ ନିଜର ମିଶନ୍‌ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ। ମେଲବୋର୍ନରେ ଭାରତ ପାକିସ୍ତାନ ସହ ସୁପର-୧୨ ମୁକାବିଲାର ପ୍ରଥମ ମ୍ୟାଚ୍‌ ଖେଳିବ। ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌କୁ ଜିତିବା ଲକ୍ଷ୍ୟରେ ଓହ୍ଲାଇବ। ଅଷ୍ଟ୍ରେଲିଆରେ ଏହି ମୁକାବିଲା ଖେଳାଯାଉଥିବାରୁ ସମୟରେ ସାମାନ୍ୟ ବ୍ୟତିକ୍ରମ ରହିଛି। ଭାରତୀୟ ସମାନୁସାରେ ରବିବାର(ଅକ୍ଟୋବର ୨୩) ଅପରାହ୍ନ ୧.୩୦ରେ ମ୍ୟାଚ୍‌ ଆରମ୍ଭ ହେବ। ୧ଟାରେ ଟସ୍‌ ପଡ଼ିବ। ଏହା ମେଲବୋର୍ନରେ ଖେଳାଯିବ। ପ୍ରାୟ ଏକ ଲକ୍ଷ ଦର୍ଶକଙ୍କ ସାମ୍ନାରେ ଉଭୟ ଟିମ୍‌ ମୁହାଁମୁହିଁ ହେବ। ମ୍ୟାଚ୍‌ ଷ୍ଟାର ନେଟ୍‌ଓ୍ବାର୍କରେ ଓ ଡିଜିଟାଲରେ ଡିଜ୍‌ନୀ ପ୍ଲସ୍‌ ହଟ୍‌ଷ୍ଟାରରେ ପ୍ରସାରଣ ହେବ।