banner
Breaking

ମୋବିଲ ବହୁ ପ୍ରତୀକ୍ଷିତ ଏକ୍ସନ ଥ୍ରୀଲର ବିକ୍ରମ ୱେଧା ସହିତ ଜଡିତ ହୋଇଛି

0

ମୁମ୍ବାଇ: ସେପ୍ଟେମ୍ବର ୩୦ ରେ ୧୦୦ ରୁ ଅଧିକ ଦେଶରେ ବିଶ୍ୱବ୍ୟାପୀ ମୁକ୍ତିଲାଭ କରୁଥିବା ବହୁ ପ୍ରତୀକ୍ଷିତ ଏକ୍ସନ ଥ୍ରୀଲର ‘ବିକ୍ରମ ୱେଧା’ ସହିତ ଭାରତର ଇଞ୍ଜିନ ତେଲର ଏକ ଅଗ୍ରଣୀ ବ୍ରାଣ୍ଡ, ମୋବିଲ ସହଭାଗି ହୋଇଛି । ହ୍ରିତିକ ରୋଶନ, ସୈଫ ଅଲି ଖାନ ଏବଂ ରାଧିକା ଆପ୍ଟେ ଙ୍କ ଅଭିନୀତ ଏହି ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସହିତ ସହଭାଗିତା ମାଧ୍ୟମରେ ମାନବିକ ପ୍ରଗତିକୁ ଆଗେଇ ନେବା, ଆତ୍ମବିଶ୍ୱାସ ବଢାଇବା ଏବଂ ଗ୍ରାହକମାନଙ୍କୁ ସେମାନଙ୍କର ପ୍ରକୃତ ସାମର୍ଥ୍ୟକୁ ଉନ୍‌ମୁକ୍ତ କରିବାକୁ ସକ୍ଷମ କରିବା ପାଇଁ ଏହାର ବ୍ରାଣ୍ଡ ମୂଲ୍ୟକୁ ଆଲୋକିତ କରିବାକୁ ମୋବିଲ ଲକ୍ଷ୍ୟ ରଖିଛି ।
ପୁଷ୍କର-ଗାୟତ୍ରୀଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ବିକ୍ରମ ୱ୍ୱେଧା ଏକ ଏକ୍ସନ-ଥ୍ରୀଲର ଅଟେ । ବିକ୍ରମ ୱ୍ୱେଧା ଙ୍କ କାହାଣୀ ମୋଡ ଏବଂ ବୁଲାଣିରେ ଭରପୁର ହୋଇଛି, ଯେପରିକି ଜଣେ କଠୋର ପୋଲିସ ବାଲା ବିକ୍ରମ (ସୈଫ ଅଲି ଖାନ) ଭୟଭୀତ ଗେଙ୍ଗଷ୍ଟର ୱ୍ୱେଧା’କୁ (ହ୍ରିତିକ ରୋଶନ) ଟ୍ରାକ କରିବା ଏବଂ ଗୋଡାଇବା ପାଇଁ ବାହାରିଛନ୍ତି । ଯାହା ସାମନାକୁ ଆସେ, ତାହା ଏକ ବିଲେଇ-ମୂଷା ଗୋଡାଗୋଡି ଅଟେ, ଯେଉଁଠାରେ କାହାଣୀର ଏକ ଶୃଙ୍ଖଳା ମାଧ୍ୟମରେ ବିକ୍ରମଙ୍କୁ ଆତ୍ମ ଉନ୍ମୋଚନ କରିବା ପାଇଁ ୱ୍ୱେଧା, ଜଣେ ମୂଖ୍ୟ କାହାଣୀକାର ସାହାଯ୍ୟ କରିଛନ୍ତି ଯାହା ଚିନ୍ତା ଉଦ୍ରେକକାରୀ ନୈତିକ ଅସ୍ପଷ୍ଟତାକୁ ନେଇ ଯାଇଥାଏ ।
ସଂଯୋଗ ଉପରେ ମନ୍ତବ୍ୟ ଦେଇ ଏକ୍ସନ ମୋବିଲ ଲୁବ୍ରିକାଂଟଲିମିଟେଡର ସିଇଓ ବିପିନ ରାଣା କହିଲେ, “ଆମର ଗ୍ରାହକ ମାନଙ୍କର ଅଭିବୃଦ୍ଧି ଏବଂ ପ୍ରଗତିର ଯାତ୍ରାରେ ସହାୟତା କରିବା ପାଇଁ ଏକ ଦୃଢ ପ୍ରତିବଦ୍ଧତା ଏକ ମୌଳିକ ମୂଲ୍ୟ ଅଟେ ଯାହା ଆମର ବ୍ୟବସାୟକୁ ପରିଭାଷିତ କରୁଥାଏ । ସମସ୍ତ ଭାଷାତାତ୍ୱିକ ଏବଂ ଭୌଗଳିକ ମତଭେଦ ଥିବା ଲୋକଙ୍କ ସହ ଗୁଞ୍ଜରଣ ସୃଷ୍ଟି କରୁଥିବା ‘ବିକ୍ରମ ୱ୍ୱେଧା’ ପରି ସମ୍ମୋହକ କାହାଣୀ ଉପସ୍ଥାପନ କରୁଥିବା ଚଳଚ୍ଚିତ୍ର ସହିତ ସହଭାଗିତା ଆମର ଗ୍ରାହକଙ୍କ ନିକଟତର ହେବା ଏବଂ ଆମକୁ ଭିନ୍ନ କରୁଥିବା ଅନନ୍ୟ ଶକ୍ତିକୁ ରେଖାଙ୍କିତ କରୁଥିବା ଆମ ରଣନୀତିର ଏକ ଅଂଶ ଅଟେ । ଆହ୍ୱାନର ସମ୍ମୁୁଖୀନ ହେଉଥିଲେ ହେଁ ଜୀବନରେ ସଠିକ ପସନ୍ଦ କରିବା ଚଳଚ୍ଚିତ୍ରର ମୂଳବାର୍ତା ଅଟେ । ମୋଟର ଚାଳକଙ୍କ ପାଖରେ ଅନେକ ବିକଳ୍ପ ରହିଥାଏ, କିନ୍ତୁ ସେମାନଙ୍କ ଯାନକୁ ସୁରକ୍ଷା ଦେବା ଏବଂ ନିଜର ସୁରକ୍ଷା ନିଶ୍ଚିତ କରିବାକୁ ସେମାନଙ୍କ ପାଇଁ ସର୍ବୋତମ କ’ଣ ଜାଣିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଚଳଚ୍ଚିତ୍ର୍ର ସହିତ ଆମର ସଂଯୋଗ ମାଧ୍ୟମରେ ଆମେ ଦୋହରାଇବାକୁ ଚାହୁଁଛୁ ଯେ ସଠିକ ପସନ୍ଦ କରି ଜଣଙ୍କର କଲ୍ୟାଣକୁ ପ୍ରାଥମିକତା ଦେବା ଗୁରୁତ୍ୱପୂର୍ଣ୍ଣ ଅଟେ ।”
ଏହି ଚଳଚ୍ଚିତ୍ର ମୋବିଲ ସୁପର ମୋଟୋ ଇଞ୍ଜିନ ତେଲର ଉଲ୍ଲେଖ କରିଛି, ଯାହା ଦୁଇଚକିଆ ଇଞ୍ଜିନକୁ ପ୍ରଦାନ କରୁଥିବା ଇଚ୍ଚ ସ୍ତରର ସୁରକ୍ଷା ପାଇଁ ଇଣ୍ଡଷ୍ଟ୍ରିରେ ଧ୍ୟାନ ଆକୃଷ୍ଟ କରିଥାଏ । ଇଞ୍ଜିନ ସୁରକ୍ଷାର ଗୁରୁତ୍ୱକୁ ଆଲୋକପାତ କରୁଥିବା ମୋବିଲର ଚାଲିଥିବା ଅଭିଯାନ, ଫରକ ଲାକର ଦେଖିୟେ ଆଧାରରେ ସହଭାଗୀତା ଅଧିକ ସଫଳତା ସାଉଂଟୁଛି । ସଂପୂର୍ଣ୍ଣ ଗ୍ରାହକ ଯାତ୍ରା ମଧ୍ୟରେ ସେମାନେ ନିଜ ଅଟୋମୋବାଇଲ ପାଇଁ ସଠିକ ପସନ୍ଦ କରିଛନ୍ତି ବୋଲି ଗ୍ରାହକଙ୍କ ବିଶ୍ୱାସକୁ ଯୋଡି ମୋବିଲ ଏକ ଅବିଚ୍ଛେଦ୍ୟ ଅଂଶୀଦାର ଭାବରେ କାର୍ଯ୍ୟ କରିଥାଏ ।
ସୁରକ୍ଷା ଏବଂ ପ୍ରଭାବଶାଳିତା ପାଇଁ ପ୍ରତିଜ୍ଞା କରି ଏବଂ ବଦଳରେ ମୋଟର ଚାଳକମାନଙ୍କୁ ସେମାନଙ୍କ ଯାନର ପ୍ରରକୃତ ସମ୍ଭାବନାକୁ ଅନଲକ କରିବାକୁ ସକ୍ଷମ କରୁଥିବା ମୋବିଲରଏହି ନିଔ-ନ୍ୱାର ଥ୍ରୀଲର ସହିତ ନୂତନ ସହଭାଗିତା ନା କେବଳ ଅନୁଭବ ମୋଟର ଚାଳକମାନଙ୍କ ମଧ୍ୟରେ ବ୍ରାଣ୍ଡ ଆତ୍ମୀୟତାକୁ ବଢାଇବ ବରଂ ଗ୍ରାହକଙ୍କ ଏକ ବୃହତ ଗୋଷ୍ଠୀକୁ ଯେଉଁମାନେ ସର୍ବାଧିକ ସୁରକ୍ଷା ଏବଂ ଦକ୍ଷତା ପାଇବା ପାଇଁ ସେମାନେ ବ୍ୟବହାର କରିପାରିବା ଇଞ୍ଜିନ ତେଲ ଉପରେ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ପରାମର୍ଶ ଚାହୁଁଥାନ୍ତି ।
ରିଲାଏନ୍ସ ଏଂଟରଟନମେଂଟ ମାର୍କେଟିଙ୍ଗ ର ମୁଖ୍ୟ ସମୀର ଚୋପ୍ରା କହିଲେ, “ହ୍ରିତିକ ରୋଶନ ଏବଂ ସୈଫ ଅଲି ଖାନ ଙ୍କ ଦ୍ୱାରା ଅଭିନୀତ ଏକ୍ସନ-ଥ୍ରୀଲର, ‘ବିକ୍ରମ ୱ୍ୱେଧା’ ସାରା ବିଶ୍ୱରେ ଦର୍ଶକଙ୍କବହୁ ପ୍ରତୀକ୍ଷିତ ଅଟେ । ଚଳଚ୍ଚିତ୍ରର ଯୋଗାଯୋଗ ମଧ୍ୟ ଏକ ବ୍ରାଣ୍ଡ ଭାବରେ ମୋବିଲ ସହିତ ଏକ ମହାନ ମିଳିତ-କ୍ରିୟା ଅଂଶୀଦାର କରିଥାଏ । ସେମାନଙ୍କ ସମର୍ଥନ ପାଇଁ ଆମେ ମୋବିଲକୁ ଧନ୍ୟବାଦ ଦେଉଛୁ ।”

Khansweb Solution Bhubaneswar

Leave A Reply

Your email address will not be published.