banner
Breaking

ଶାନ୍ତି ଶୃଙ୍କଳାର ସହ ପୂଜା ପାଳନ କରିବା ପାଇଁ ଶାନ୍ତି କମିଟିର ନିବେଦନ

0

ଭୁବନେଶ୍ୱର – ଭୁବନେଶ୍ୱର ଶାନ୍ତି କମିଟି ପକ୍ଷରୁ ଚନ୍ଦ୍ରଶେଖରପୁର ସ୍ଥିତ କ୍ରିଷ୍ଟାଲ କୋର୍ଟୟାତ ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀର କରାଳ ଦାଉରେ ଦୁଇ ବର୍ଷ ନିରାଡମ୍ବରରେ ପାଳିତ ହୋଇଥିବା ଦୁର୍ଗାପୂଜା ଚଳିତ ବର୍ଷ ମହାଆଡମ୍ବରରେ ପାଳନ ହେବାକୁ ଯାଉଛି । ତେଣୁ ସମସ୍ତ ପୂଜା କମିଟିକୁ ଶାନ୍ତି ଶୃଙ୍କଳାର ସହ ପୂଜା ପାଳନ କରିବାକୁ ଭୁବନେଶ୍ୱର ଶାନ୍ତି କମିଟି ପକ୍ଷରୁ ନିବେଦନ କରାଯାଇଛି ।
କମିଟିର ସଭାପତି ଡ. ମଧୁମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ସମସ୍ତ ଦୁର୍ଗାପୂଜା କମିଟିର କର୍ମର୍କାଙ୍କ ସମେତ ବିଭିନ୍ନ ଅଞ୍ଚଳର ମୁରବି ଓ କିଛି ପ୍ରତିଷ୍ଠିତ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ । ଆଗାମୀ ଦୁର୍ଗାପୂଜାରେ ରାଜ୍ୟ ସରକାରଙ୍କ ସମସ୍ତ ନୀତି ନିୟମ ମାନିବା ସହିତ ଶାନ୍ତି ଶୃଙ୍ଖଳା ରକ୍ଷା କରି ପୂଜା ପାଳନ କରିବା । ପଲିଥିନ କିମ୍ବା ପ୍ଲାଷ୍ଟିକ୍ ବ୍ୟବହାର ବନ୍ଦ କରିବା, ଶବ୍ଦ ପ୍ରଦୁଷଣ ନ କରି ନିୟମ ଅନୁଯାୟୀ ଯନ୍ତ୍ରପାତି ବ୍ୟବହାର କରିବା, ମା’ଙ୍କ ମୃଣ୍ମୟ ମୂର୍ତ୍ତି ତିଆରିରେ କେମିକାଲ ରଙ୍ଗ ବା ପ୍ଲାଷ୍ଟର ପ୍ୟାରିସ ବ୍ୟବହାର ନ କରିବା, ପ୍ରତେକ ମଣ୍ଡପରେ ଅଗ୍ନି ନିର୍ବାପକ ସାମଗ୍ରୀ ଓ ପାନୀୟଜଳ ବ୍ୟବସ୍ଥା କରିବା ପାଇଁ ନିବେଦନ କରାଯାଇଥିଲା । ସେହିପରି ପୂଜା ସମୟରେ ବରିଷ୍ଠ ନାଗରିକ, ମହିଳା ଓ ଶାରିରୀକ ବିକଳାଙ୍ଗମାନଙ୍କୁ ସମ୍ମାନର ସହ ମଣ୍ଡପମାନଙ୍କରେ ପ୍ରବେଶ ଓ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସମସ୍ତ ପୂଜା କମିଟିକୁ ଅନୁରୋଧ କରାଯାଇଥିଲା । ଏଥିସହିତ ରାସ୍ତା ମରାମତି ବା ପୁନଃନିର୍ମାଣ, ଷ୍ଟ୍ରିଟ୍ ଲାଇଟ୍ ସମସ୍ୟା ଓ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରାଶାସନକୁ ଅନୁରୋଧ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ମାନଙ୍କ ମଧ୍ୟରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, କର୍ପୋରେଟର ପ୍ରିତିନନ୍ଦା ରାଉତରାୟ, ମିହିର କୁମାର ରାଉତ, ଡ. ନାରାୟଣ ମହାପାତ୍ର, ଧରଣୀଧର ଜେନା, ମନୋଜ ନାୟକ, ଯୁଗଳ କିଶୋର ସାହୁ, ଶଶିଭଦ୍ର ସାସ୍ତ୍ରୀ ପ୍ରମୁଖ ଯୋଗଦେଇ ସଭାମଣ୍ଡନ କରିଥିଲେ । ବିଭିନ୍ନ ପୂଜା କମିଟିର ମୁଖ୍ୟ ନିଶାକର ସାହୁ, ଦେବ ପଟ୍ଟନାୟକ, ସୁରେଶ ରଥ, ମନମୋହନ ପଟ୍ଟନାୟକ, ମଦନ ମୋହନ ଭୁୟାଁ ପ୍ରମୁଖ ଉପସ୍ଥିତ ଥିଲେ । ଆଇନଜିବୀ ସମରେନ୍ଦ୍ର ସାହୁ ସ୍ୱାଗତ ଭାଷଣ ରଖିଥିଲେ । କମିଟିର ସମ୍ପାଦକ ନବ କିଶୋର ବେହେରା ବାର୍ଷିକ ବିବରଣୀ ପାଠ କରିଥିବାବେଳେ ଆଶାଲତା ରାଉତରାୟ ଚଣ୍ଡିପାଠ କରିଥିଲେ । ଭଗବାନ ଦାସ, ଇଂ. ଦିଲିପ୍ ସାହୁ, ବିଜୟ ପାତ୍ର ଓ ଏଲପିଟିମର ସଦସ୍ୟ ମାନେ ସହଯୋଗ କରିଥିଲାବେଳେ ସରୋଜ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.