banner
Breaking

ଦୁଇଦିନର ଜନ୍ମିତ ପୁଅକୁ ଛାଡି ଚାଲିଗଲେ ମା

1

ଭୁବନେଶ୍ୱର ; ଦୁଇ ଦିନ ତଳେ ମହାନ୍ତି ପରିବାରରେ ପୁତ୍ର ସନ୍ତାନ ଟିଏ ଜନ୍ମ ନେଇଥିଲା । ବିବାହର ଆଠ ବର୍ଷ ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିବାରୁ ମା ମନରେ କାହିଁ କେତେ ଆନନ୍ଦ କହିଲେ ନସରେ । ଅସ୍ତ୍ରୋପଚାର କଷ୍ଠକୁ ଭୂକ୍ଷେପ ନକରି ମା ତା ଟିକି ପୁଅକୁ କୋଳେଇ ଆଣି କହିଥିଲା ମୋ ଗେଲ୍ଲା, ମୋ ଧନ ତୋ ବାପାକୁ କହିବି ଏକୋଇଶାକୁ ବଡ ପାର୍ଟିଟେ କରିବେ, ମୋ ଗେଲୁ ପାଇଁ ବଡ ଦୋଳି ଆଣିବେ ଏମିତି କେତେ ଭାବନା କରି ପକାଇଥିଲା ମା । ପରିବାରରେ ମଧ୍ୟ ଖୁସିର ଲହରୀ ଖେଳି ଯାଇଥିଲା । ବନ୍ଧୁବାନ୍ଧବଙ୍କ ଠାରୁ ଆରମ୍ଭ କରି ସାଙ୍ଗ ସହୋଦର ପର୍ଯ୍ୟନ୍ତ ସମସ୍ତେ ଆନନ୍ଦ ଉଲ୍ଲାସରେ ମିଠା ବାଣ୍ଟିବା ସହିତ ବିଭିନ୍ନ ବରାଦି କରିଦେଇଥିଲେ । କିନ୍ତୁ ନିଷ୍ଠୁର ବିଧାତାର ଖେଳ ଆଗରେ ପାଣି ଫାଟି ଯାଇଥିଲା ଖୁସିର ଲହରୀ । ହଠାତ ହୃଦ୍ ଘାତରେ ମାର ଅକାଳ ବିୟୋଗ ଘଟିଥିଲା । ଦୁଇ ଦିନର ବାଳୁତ ପୁଅକୁ ଛାଡି ଆର ପାରିକୁ ଚାଲି ଯାଇଥିଲେ ମା ।

ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଭୁବନେଶ୍ୱର ବ୍ଲକ ଲିଙ୍ଗିପୁର ପଞ୍ଚାୟତର ଗୌଙ୍ଗତ୍ରୀ ନଗରରେ । ବରିଷ୍ଠ ସାମ୍ବାଦିକ ଲିଙ୍ଗରାଜ ମହାନ୍ତିଙ୍କ ପୁତ୍ରବଧୂ ତଥା ସାମ୍ବାଦିକ ସୌଭାଗ୍ୟ ରଞ୍ଜନ ମହାନ୍ତିଙ୍କ ଧର୍ମପତ୍ନୀ ଇଂ ସୁଶ୍ରୀ ସେଫାଳି ମହାନ୍ତିଙ୍କର ୩୫ ବର୍ଷ ବୟସରେ ହୃଦ୍ ଘାତରେ ଅକାଳ ବିୟୋଗ ଘଟିଛି । ସେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ବହୁ ରାଜନେତା, ମୁରବୀ, ବରିଷ୍ଠ ସାମ୍ବାଦିକ, ସାମ୍ବାଦିକ ଓ କଳିଙ୍ଗ ସାମ୍ବାଦିକ ସ°ଘର ଆବାହକ ସୁକାନ୍ତ କୁମାର ରାଉତ, ସାମ୍ବାଦିକ ମିଳିତ ମଞ୍ଚର ଆବାହକ ଲିଙ୍ଗରାଜ ସାହୁ ପ୍ରମୁଖ ଯୋଗଦେଇ ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ।

ଶ୍ରୀମତୀ ମହାନ୍ତି ଜଣେ ମେଳାପୀ, ପରୋପକାରୀ, ମିଷ୍ଠଭାଷୀ, ସରଳ, ନିଷ୍କପଟ, ବୁଦ୍ଧିଜୀବି ଧର୍ମପ୍ରାଣା ଓ ରଜନେତ୍ରୀ ଭାବରେ ସ୍ଥାନୀୟ ଅଳରେ ବେଶ୍ ପରିଚିତ ଥିଲେ । ସେ ଜଣେ କର୍ମତତ୍ପର, କର୍ତ୍ତବ୍ୟନିଷ୍ଠା ମହିଳା ହୋଇଥିବାରୁ ଲିଙ୍ଗିପୁର ପାୟତର ୧ ନମ୍ବର ଓାର୍ଡର ଅଧିବାସୀ ମାନେ ୨୦୨୨-୨୭ ବର୍ଷ ପାଇଁ ବିପୁଳ ସଂଖ୍ୟାରେ ଭୋଟଦେଇ ନିର୍ବାଚିତ କରାଇଥିଲେ । ସେ ଅଙ୍ଗନବାଡି କେନ୍ଦ୍ର ପାଇଁ ସ୍ଥାୟୀ ଜାଗା ଆଣିବା ସହିତ ସମସ୍ତ ମୂକୁଳା ଟ୍ରାନ୍ସଫରମରରେ ତାର ଜାଲି ଘେରାଇଥିଲେ । ତାଙ୍କର ଅକାଳ ବିୟୋଗରେ ଅଞ୍ଚଳବାସୀ ଦୁଃଖରେ ଭାଙ୍ଗି ପଡିଛନ୍ତି ଓ ଶୋକର ଛାୟା ଖେଳି ଯାଇଛି । ପୁରୀ ସ୍ୱର୍ଗଦ୍ୱାର ଠାରେ ଶେଷକୃତ ସମ୍ପନ୍ନ କରାଯାଇଛି ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.