banner
Breaking

ଧର୍ମପ୍ରାଣା ମହିଳାଙ୍କ ପରଲୋକ

0

ଭୁବନେଶ୍ୱର,୧୯ା୭ ; ଅବସରପ୍ରାପ୍ତ ସୁନାମଧନ୍ୟ ଶିକ୍ଷକ ନାରାୟଣ ଚନ୍ଦ୍ର ଦାସଙ୍କ ଧର୍ମପତ୍ନୀ ସତ୍ୟଭାମା ଦାସଙ୍କର ୭୫ ବର୍ଷ ବୟସରେ ଜଗତସିଂପୁର ଜିଲ୍ଲା ଅର୍ନ୍ତଗତ ଚକୁଳିପଡା ଗ୍ରାମ ସ୍ଥିତ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ପାଖରେ ପୁତ୍ର ନିଗମାନନ୍ଦ ଦାସ, ପ୍ରଜ୍ଞାନନ୍ଦ ଦାସ,ଚିଦାନନ୍ଦ ଦାସ ଓ ଝିଅ ସଂଘମିତ୍ରା ଦାସ ଏବଂ ପୁତ୍ରବଧୁ, ନାତି, ନାତୁଣୀ ମାନେ ଉପସ୍ଥିତ ଥିଲେ । ଶ୍ରୀମତୀ ଦାସ ଜଣେ ଧର୍ମପ୍ରାଣା, ମିଷ୍ଟଭାଷୀ, ମେଳାପୀ, ପରୋପକାରୀ ମହିଳା ଭାବରେ ସ୍ଥାନୀୟ ଅ°ଚଳରେ ବେଶ ପରିଚିତ ଥିଲେ । ଗତ କିଛିଦିନ ଧରି ସେ ରୋଗାଗ୍ରସ୍ତ ହୋଇ ଘରେ ଚିକିତ୍ସିତ ହେଉଥିଲେ । ସୋମବାର ରାତିରେ ତାଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅ°ଚଳରେ ଶୋକର ଛାୟା ଖେଳି ଯାଇଛି । ଗ୍ରାମ ମସାଣୀରେ ତାଙ୍କର ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.