ଗାଁ କୁ ମାଡି ଆସିଲା ସମୁଦ୍ର
ଜଗତସିଂହପୁର : ତିନିଦିନ ହେଲାଣି ଜଗତସିଂହପୁର ଜିଲାର ବିଭିନ୍ନ ତଟବର୍ତ୍ତୀ ଅଞ୍ଚଳରେ ସମୁଦ୍ର ଅଶାନ୍ତ ହୋଇ କୂଳ ଲଂଘୁଛି। କେଉଁଠି ଗାଁ ଭିତରେ ସମୁଦ୍ର ପାଣି ପ୍ରବେଶ କରିଛି ତ ଆଉ କେଉଁଠି ଶହ ଶହ ଏକର ଜମିରେ ପାଣି ମାଡ଼ିଯାଇଛି। ପୂର୍ଣ୍ଣମୀ ଯୋଗୁଁ ସମୁଦ୍ର ଜୁଆରିଆ ଥିବାବେଳେ ଲଘୁଚାପ ଯୋଗୁଁ ଅଧିକ ଜୁଆରିଆ ହୋଇଛି। ଫଳରେ ତଟବର୍ତ୍ତୀ ଇଲାକାରେ ରହୁଥିବା ଗ୍ରାମବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି।