ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ନିର୍ଦ୍ଦେଶକ
ଭୁବନେଶ୍ୱର : ବ୍ୟାଙ୍କ ନୋଟ୍ ପେପର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଆଜି ନବୀନ ନିଭାସରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସେମାନଙ୍କ ପ୍ରକଳ୍ପ ବିଷୟରେ ଆଲୋଚନା କରିଛନ୍ତି।
ଭାରତ ରିଜର୍ଭ ବ୍ୟାଙ୍କ ନୋଟ୍ ମୁଦ୍ରଣ ପ୍ରାଇଭେଟ୍ ଲିମିଟେଡର ମିଳିତ ଉଦ୍ୟମରେ କମ୍ପାନୀ ବାଲେଶ୍ବରରେ ଏକ ବ୍ୟାଙ୍କ ନୋଟ୍ ପେପର ନିର୍ମାଣ କାରଖାନା ସ୍ଥାପନ କରିବ। ଏଥିପାଇଁ ୨୫୦୦ କୋଟି ଟଙ୍କା ବୟ ଅଟକଳର ଯୋଜନା ରହିଛି। ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିବା ସହିତ ସମର୍ଥନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମରେ ୫ଟ ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।