ଭୁବନେଶ୍ୱର,୯/୪(ବ୍ୟୁରୋ) ରାଜ୍ୟ ସରକାରଙ୍କର ମିଶନ ଶକ୍ତି ବିଭାଗ ତରଫରୁ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଡିପିଓ – ୩ ଅଫିସ ପରିସରରେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ମିଶନ ଶକ୍ତି ଭବନର ଶୁଭ ଭିଭିପ୍ରସ୍ତର ସ୍ଥାପନ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କର କରକମଳରେ ଅନୁଷ୍ଠିତ ହୋଇଯାଇଛି |

ଆଜି ମିଶନ ଶକ୍ତି ଏକ ଜନ ଆନ୍ଦୋଳନରେ ପରିଣତ ହେବା ସହିତ ଓଡ଼ିଶାର ୭୦ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି ଏବଂ ଆମ ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ମିଶନ ଶକ୍ତି ବିଭାଗ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି ବୋଲି ମାନ୍ୟବର ବିଧାୟକ ନିଜର ଅଭିଭାଷଣରେ ମତବ୍ୟକ୍ତ କରିଥିଲେ | ମିଶନ ଶକ୍ତିର ମା ‘ ମାନେ ଆଉ ବଡ଼ ପାମ୍ପଡ଼ରେ ସୀମିତ ନ ରହି ଭୁବନେଶ୍ବର ମହାନଗର ନିଗମ ତରଫରୁ ମୁକ୍ତା ଯୋଜନା ଦ୍ବାରା ଲକ୍ଷ ଲକ୍ଷ ଟଙ୍କାର ବିକାଶ ମୂଳକ କାର୍ଯ୍ୟ ନିଜ ହାତକୁ ନେଇ ନିଜ ପରିବାରକୁ ସୁଦୃଢ କରିବା ସହିତ ଅନ୍ୟମାନଙ୍କୁ ରୋଜଗାରକ୍ଷମ କରାଇପାରୁଛନ୍ତି ବୋଲି ମେୟର ଶ୍ରୀମତୀ ସୁଲୋଚନା ଦାସ ନିଜ ବକ୍ତବ୍ୟରେ କହିଥିଲେ। ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁ , ଭାରତୀ ସିଂ , ମାନସୀ ସୁନ୍ଦରାୟ , ପ୍ରୀତିନନ୍ଦା ରାଉତରାୟ, ଜିଲ୍ଲା ବିଜେଡ଼ି ସମ୍ପାଦକ ପ୍ରଶନ୍ନ କୁମାର ସାହୁଙ୍କ ସମେତ ସ୍ଵୟଂ ସିଦ୍ଧାର ସମସ୍ତ ସଦସ୍ୟ ବୃନ୍ଦ , ସିଡିପିଓ ଶ୍ରୀମନ୍ତ୍ରୀ ସନ୍ଧ୍ୟାରାଣୀ ଦେବୀ ଏବଂ ପୂର୍ବତନ ସିଡିପିଓ କାମିନୀ ସ୍ବାଇଁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ସଫଳ କରିଥିଲେ | ଏହା ପରେ ଉତ୍ତର ମଣ୍ଡଳ କାର୍ଯ୍ୟଳୟ ଠାରେ ଦାଶରଜା ବସ୍ତିର ୧୦ ଜଣଙ୍କୁ ରାଜୀବ ଆବାସ ଯୋଜନାରେ ମିଳିଥିବା ଘରର ଚୂଡାନ୍ତ ଆବଣ୍ଟନ ପତ୍ର , ୧୨ ନଂ ୱାର୍ଡ ର କର୍ପୋରେଟର ଶ୍ରୀମତୀ ଜୟନ୍ତୀ ସାହୁଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା।




