ସାଲିଆ ସାହିରୁ ଜବତ ହେଲା କୋଟି କୋଟି ଟଙ୍କା
ଭୁବନେଶ୍ବର,୯।୪(ବ୍ୟୁରୋ): ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ବର ରାଉଳଙ୍କ ଘରେ ଭିଜିଲାନ୍ସ ଚଢାଉ ପରେ ତାଙ୍କ ନିକଟରୁ ବିପୁଳ ପରିମାଣରେ ଆୟ ବର୍ହିଭୂତ ସମ୍ପତ୍ତି ଠାବ ହେବାରେ ଲାଗିଛି। ଶନିବାର ସାଲିଆସାହି ସ୍ଥିତ ଘରୁ ନଗଦ ୧ କୋଟି ୪୧ ଲକ୍ଷ ୬୨ ହଜାର ସହ ୩୫୪ ଗ୍ରାମ୍ ସୁନା ଜବତ ହୋଇଛି। ତେବେ ତଦନ୍ତ ବେଳେ ଭଉଣୀଙ୍କ ଘରେ ଟଙ୍କା ଥିବା ନେଇ ତାଙ୍କ ଦ୍ୱିତୀୟ ସ୍ତ୍ରୀ କଳ୍ପନା କହିବା ପରେ ଚଢାଉ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ଯନ୍ତ୍ରୀଙ୍କ ଘରୁ ନଗଦ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ କରାଯାଇଛି। ପୋଖରିପୁଟରେ ୭୮ ଲକ୍ଷ ୫୦ ହଜାର ଟଙ୍କାର ଏକ ଘର କିଣିଥିବା ସୂଚନା ଦେଇଛି ଭିଜିଲାନ୍ସ।