banner
Breaking

ସୁରକ୍ଷା ପକ୍ଷରୁ ଜଳସେବା କେନ୍ଦ୍ର ଉଦ୍‌ଘାଟିତ

0

ଭୁବନେଶ୍ୱର,୭/୪ (ବ୍ୟୁରୋ): ରାଜଧାନୀର ଅନ୍ୟତମ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସୁରକ୍ଷା’ ଓ
ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗ କ୍ରମେ ଆଜି ୧୪ ନମ୍ବର ଓ୍ବାର୍ଡର ଲୁମ୍ବିନୀ ବିହାରସ୍ଥିତ
ପ୍ରୋଜେକ୍ଟ ୱାଟର ପରିସରରେ ଜଳସେବା କେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମଟିକୁ ଭୁବନେଶ୍ୱରର ପ୍ରଥମ ମହିଳା ମେୟର ଶ୍ରୀମତୀ ସୁଲୋଚନା ଦାସ, ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି କହିଲେ ଯେ, ସୁରକ୍ଷା ଅନୁଷ୍ଠାନ ପକ୍ଷରୁ ଜଳସେବା କାର୍ଯ୍ୟକ୍ରମ ତ୍ୱରାନ୍ୱିତ କରାଯିବା ଶୁଭଙ୍କର କଥା । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିଆଯିବା ଲୋକକଲ୍ୟାଣ କାର୍ଯ୍ୟକ୍ରମରେ ସମସ୍ତଙ୍କର ସହଯୋଗ ଲୋଡିଥିଲେ । ଉତ୍ତର ଭୁବନେଶ୍ୱର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ, ଏଥିରେ ଯୋଗଦେଇ କହିଲେ ଯେ, ଜଳସେବା ଯୋଗାଇବା ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ । ଏହାର ବ୍ୟାପକତା ପ୍ରତି ସେ ଗୁରୁତ୍ୱାରୋପ
କରିଥିଲେ ।

ୱାର୍ଡ ନଂ-୧୪ର ନବ ନିର୍ବାଚିତ କର୍ପୋରେଟର ଶ୍ରୀମତି ମୋନାଲିସା ସାହୁ ସମ୍ମାନିତ ଅତିଥି
ଭାବରେ ଯୋଗଦେଇ ଜଳ ସେବା ପରି ମହାନ୍ କାର୍ଯ୍ୟକୁ ଭୂୟଷି ପ୍ରଶଂସା କରିବା ସହିତ ଅନୁଷ୍ଠାନର
ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ‘ସମୟ’ ଖବର କାଗଜର ବରିଷ୍ଠ ସାମ୍ବାଦିକ ଶ୍ରୀ ପପୁ ମହାନ୍ତି ଯୋଗଦେଇ ଥିଲେ ।

“ସୁରକ୍ଷା” ଅନୁଷ୍ଠାନର ସଭାନେତ୍ରୀ ଶ୍ରୀମତି ବନ୍ଦନା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସୁଧାଂଶୁ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ, ସମ୍ପାଦକ କେଶବ ରଣା ପ୍ରାରମ୍ଭିକ ସୂଚନା ଓ ନିର୍ଦ୍ଦେଶିକା ମିଲି ରଣା ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠାନ କାର୍ଯ୍ୟକର୍ତ୍ତା ବିଶ୍ୱନାଥ ମହାନ୍ତି, ପଦ୍ମଲୋଚନ ସାହୁ, ସମୀର ରଞ୍ଜନ ମହାନ୍ତି, ଅମ୍ବିକା ପ୍ରସାଦ ପରିଡା, କୈଳାଶ ଜେନା, ରାଜେନ୍ଦ୍ର ମଲ୍ଲିକ, ଲୋଚନ କୁମାର ସିଂ, ସୁକାନ୍ତ ଗିରି, ସଞ୍ଜୟ ନାୟକ, ପ୍ରଭାତୀ ଦାସ, ରୁନୁ ବାଳା ପ୍ରଧାନ
ମାଳବିକା ମିଶ୍ର, କୁନି ପାତ୍ର ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.