banner
Breaking

କଟକରେ ବିଜେଡିର ଆଦିବାସୀ କାର୍ଡ, ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ

0

କଟକ,୭/୪(ବ୍ୟୁରୋ): ସବୁବେଳେ କିଛିନା କିଛି ନୂଆ ଫର୍ମୂଲା ବ୍ୟବହାର କରି ବିରୋଧୀଙ୍କୁ ଚକମା ଦେଖାଉଥିବା ବିଜେଡି ଏବେ ପୁଣି କରିଛି ନୂଆ ଗେମ୍ ପ୍ଲାନ୍। କଟକର ଡେପୁଟି ମେୟର ଦୌଡରେ ବହେ ନେତା ଥିଲେ ମଧ୍ୟ ସର୍ବକନିଷ୍ଟ,ଶିକ୍ଷିତା ଆଦିବାସୀ କାର୍ଡ ଖେଳିଛି ବିଜେଡି। ଡେପୁଟି ମେୟର ପାଇଁ ଆଦିବାସୀ ଭୂମିହୀନ ଝିଅ ଦମୟନ୍ତୀ ମାଝୀଙ୍କୁ ଟିକେଟ ଦେଇ ସମସ୍ତଙ୍କୁ ଚକିତ କରିଦେଇଛି। କଟକ ମହାନଗର ନିଗମର ଡେପୁଟି ମେୟର ହୋଇଛନ୍ତି ଦମୟନ୍ତୀ ମାଝୀ। ସିଏମସି ୪୯ ନମ୍ବର ଓ୍ବାର୍ଡରୁ ସର୍ବ କନିଷ୍ଠ କର୍ପୋରେଟର ଭାବେ ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ ଦମୟନ୍ତୀ। ସେ ଆଦିବାସୀ ସମ୍ପ୍ରଦାୟର ହୋଇଥିଲା ବଳେ ଜଣେ ଉଚ୍ଚ ଶିକ୍ଷିତା। ସେ ଡେପୁଟି ମେୟର ହେବେ ବୋଲି କେବେବି ଭାବି ନଥିଲେ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଓ ମେୟର ଯାହା କାର୍ଯ୍ୟଦେବେ ତାହା ସୁଚାରରୂପେ ପାଳନ କରିିବି ବୋଲି ଦମୟନ୍ତୀ କହିଛନ୍ତି ।
କଟକର ସହୀଦ ଭବନ ଠାରେ ଆଜି ଅନୁଷ୍ଠିତ ଡେପୁଟି ମେୟର ନିର୍ବାଚନରେ ବିଜେଡି ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦମୟନ୍ତୀ ମାଝୀଙ୍କ ନାମ ଘୋଷଣା କରାଯାଇଥିଲା। ତାହାକୁ ସମସ୍ତେ ସମର୍ଥନ କରିଥିଲେ। ବିଜେପି ଓ କ°ଗ୍ରେସ ତରଫରୁ କେହି ପ୍ରାର୍ଥୀ ହୋଇନଥିଲେ। ଫଳରେ ଦମୟନ୍ତୀ ନିର୍ଦୋନ୍ଦରେ ନିର୍ବାଚିତ ହୋଇଥିଲେ। ଆଜି ମଧ୍ୟ ୫୯ ଜଣ ନବ ନିର୍ବାଚିତ କର୍ପୋରେଟର ଓ ମେୟର ସୁବାସ ସିଂ ଶପଥ ଗ୍ରହଣ କରିଛନ୍ତି । କଟକ ମ୍ୟୁନିସପାଲଟି ଆଡମିନିଷ୍ଟ୍ରେସନ ଡାଇରେକ୍ଟର ଉପସ୍ଥିତ ରହି ସମସ୍ତ କର୍ପୋରେଟର ଓ ମେୟରଙ୍କୁ ଶପଥ ପାଠ କରାଇଥିଲେ ବୋଲି ସୂଚନା ମିଳିଛି । କଟକରେ ଆଦିବାସୀ କାର୍ଡ ଖେଳଛି ବିଜେଡି। ଭୁବନେଶ୍ବରରେ ବସ୍ତି କାର୍ଡ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଚର୍ଚ୍ଚା ହେଉଛି।

Khansweb Solution Bhubaneswar

Leave A Reply

Your email address will not be published.