banner
Breaking

ରାଜ୍ୟରେ ଆଜି ୧୫୩୯ ପଜିଟିଭ ଚିହ୍ନଟ

0

ଭୁବନେଶ୍ୱର,୧୨/୨(ବ୍ୟୁରୋ): ରାଜ୍ୟରେ ଆଜି ୧,୫୩୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୮୯୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୬୪୨ ଜଣ ଚିହ୍ନଟ ହୋଇଛନ୍ତି ଓ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୪୨ ପଜିଟିଭ୍ । ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୨୩ ଜଣ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୧୧୯, ବାଲେଶ୍ୱର ୪୦, ବରଗଡ ୨୩, ଭଦ୍ରକ ୨୫, ବଲାଙ୍ଗିର ୧୦, ବୌଦ୍ଧ ୨୭, କଟକ ୮୫, ଦେବଗଡ ୩୭, ଢେଙ୍କାନାଳ ୧୧, ଗଜପତିରୁ ୪୪, ଗଞ୍ଜାମରେ ୫୫, ଜଗତସିଂହପୁର ୩୫, ଯାଜପୁର ୫୦, ଝାରସୁଗୁଡା ୨୩, କଳାହାଣ୍ଡି ୩୫, କନ୍ଧମାଳ ୨୦, କେନ୍ଦ୍ରାପଡା ୩୮, କେନ୍ଦୁଝରରେ ୫୩ ,
କୋରାପୁଟ ୭୨, ମାଲକାନଗିରି ୧, ମୟୂରଭଞ୍ଜ ୫୩, ନବରଙ୍ଗପୁର ୩୨, ନୟାଗଡ ୩୬, ନୂଆପଡା ୨୬, ପୁରୀ ୩୩, ରାୟଗଡା ୭୫, ସମ୍ବଲପୁର ୬୫, ସୋନପୁର ୧୭, ସୁନ୍ଦରଗଡ ୧୨୪ ଷ୍ଟେଟପୁଲରୁ ୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୨, ୪୮୩ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୫୩ ହଜାର ୯୧୪ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୭୬ ହଜାର ୧୧୪କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୩ ହଜାର ୨୮୫ ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Khansweb Solution Bhubaneswar

Leave A Reply

Your email address will not be published.