ରାଜ୍ୟରୁ ଆଜି ୨,୧୦୬ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର,୬/୨ : ରାଜ୍ୟରେ ଆଜି ଆଉ ୨ ହଜାର ୧୦୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧, ୨୨୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ସ୍ଥାନୀୟ ସଂକ୍ରମିତ ୮୭୭ ଜଣ ଓ ୧୮ ବର୍ଷ ମଧ୍ୟରେ ରହିଛନ୍ତି ୩୨୪ଜଣ ପଜିଟିଭ୍ ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୪୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୯୭, ବାଲେଶ୍ୱର ୪୦, ବରଗଡ ୧୭, ଭଦ୍ରକ ୪୦, ବଲାଙ୍ଗିର ୬୫, ବୌଦ୍ଧ ୫୫, କଟକ ୧୪୫, ଦେବଗଡ ୯, ଢେଙ୍କାନାଳ ୬୧, ଗଜପତିରୁ ୬୪, ଗଞ୍ଜାମରେ ୩୫, ଜଗତସିଂହପୁର ୩୨, ଯାଜପୁର ୫୩, ଝାରସୁଗୁଡା ୫୬, କଳାହାଣ୍ଡି ୩୬, କନ୍ଧମାଳ ୪୪, କେନ୍ଦ୍ରାପଡା ୭୬, କେନ୍ଦୁଝରରେ ୪୦ ,
କୋରାପୁଟ ୪୫, ମାଲକାନଗିରି ୭, ମୟୁରଭଞ୍ଜ ୪୨, ନବରଙ୍ଗପୁର ୪୩, ନୟାଗଡ ୭୦, ନୂଆପଡା ୩୮, ପୁରୀ ୩୪, ରାୟଗଡା ୪୩, ସମ୍ବଲପୁର ୫୬, ସୋନପୁର ୩୭, ସୁନ୍ଦରଗଡ ୨୧୯ ଷ୍ଟେଟପୁଲରୁ ୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୫,୩୭୬ ଆକ୍ରାନ୍ତ । ଆଜିର ସୁସ୍ଥତାକୁ ମିଶାଇ ରାଜ୍ୟରେ ଏଯାଏ ମୋଟ୍ ସୁସ୍ଥ ହେଲେଣି ୧୨ଲକ୍ଷ ୩୪ ହଜାର ୩୫୨ ଆକ୍ରାନ୍ତ । ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୬୬ ହଜାର ୮୧୧କୁ ବୃଦ୍ଧି ପାଇଥିବା ବେଳେ, ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୩ ହଜାର ୬୭୨ ଜଣ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।