banner
Breaking

ଭୋଟର ତାଲିକାରେ ନାମ ଅନ୍ତର୍ଭୁକ୍ତ କରାଇ ପାରିବେ

0

ଭୁବନେଶ୍ୱର,୩ା୨(ବ୍ୟୁରୋ): ପୌର ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ କମିଶନ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି। ଭାରତର ନିର୍ବାଚନ କମିଶନଙ୍କ ଭୋଟର ତାଲିକାକୁ ଆଧାର କରି ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଯେଉଁମାନଙ୍କର ନାମ ବିଧାନସଭା ନିର୍ବାଚନମଣ୍ଡଳୀ ଭୋଟର ତାଲିକାରେ ଥିବ ଏବଂ ଭୁଲବଶତଃ ପୌର ନିର୍ବାଚନ ପାଇଁ ପ୍ରସ୍ତୁତ ଓ୍ବାର୍ଡଓ୍ବାରି ତାଲିକାରେ ନ ଥିବ ସେମାନେ ନାମ ଅନ୍ତର୍ଭୁକ୍ତ କରିପାରିବେ। ପୌରାଞ୍ଚଳ ପାଇଁ ଫେବୃୟାରୀ ୧୦ରେ ପ୍ରାଥମିକ ଭୋଟର ତାଲିକା ପ୍ରକାଶ ପାଇବ। ଏହାପରେ ଦାବି ଓ ଆପତ୍ତି ଅଭିଯୋଗ ପାଇଁ ୬ ଦିନ ସମୟ ଦିଆଯିବ। ତେବେ ତାଲିକାରେ ନୂଆ ଭୋଟରଙ୍କ ନାମ ଉଠିବ ନାହିଁ। କେବଳ ୱାର୍ଡ ପରିବର୍ତ୍ତନ ହୋଇପାରିବ ବୋଲି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି।

ଫେବୃୟାରୀ ୧୧ରୁ ୧୬ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ ଦାଖଲ ହୋଇପାରିବ। ୧୮ ତାରିଖ ସୁଦ୍ଧା ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଆପତ୍ତି ଅଭିଯୋଗର ଯାଞ୍ଚ କରାଯାଇ ଫଇସଲା ହେବ। ଏହାପରେ ଫେବୃୟାରୀ ୨୪ରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ ଓ ୨୮ରେ ନିର୍ବାଚନ କମିଶନଙ୍କୁ ଭୋଟର ତାଲିକା ପ୍ରଦାନ କରାଯିବ। ଏଥିସହ ୨୮ ସୁଦ୍ଧା ଭୋଟର ତାଲିକା ପ୍ରସ୍ତୁତି କାର୍ଯ୍ୟ ଶେଷ ହେବ। ରାଜ୍ୟର ୪୮ ମ୍ୟୁନିସିପାଲିଟି, ୫୯ ଏନ୍‌ଏସି ଓ ୩ ମହାନଗର ପାଇଁ ତାଲିକା ପ୍ରକାଶ ପାଇବ ।

Khansweb Solution Bhubaneswar

Leave A Reply

Your email address will not be published.