banner
Breaking

ଆଜିଠାରୁ ବଜେଟ ଅଧିବେଶନ

0

ନୂଆଦିଲ୍ଲୀ,୩୧।୧(ବ୍ୟୁରୋ): ଆଜିଠୁ ସଂସଦର ବଜେଟ୍‍ ଅଧିବେଶନ ଆରମ୍ଭ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ଗୃହକୁ ସମ୍ବୋଧନ କରିବେ । ବଜେଟ୍‍ ଯୋଗୁ ଗୃହରେ ଆଜି ଓ ଆସନ୍ତାକାଲି ରହିବନି ପ୍ରଶ୍ନୋତ୍ତର ଏବଂ ଶୂନ୍ୟକାଳ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରାଯିବା ନେଇ କାର୍ଯ୍ୟକ୍ରମ ରହିଛି । ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପରେ ଅର୍ଥାତ ଆସନ୍ତାକାଲି ଫେବ୍ରୁଆରୀ ୧ତାରିଖରେ ୨୦୨୨-୨୩ ପାଇଁ ବଜେଟ୍‍ ଉପସ୍ଥାପନା କରାଯିବ । ବଜେଟ ଉପସ୍ଥାପନା ପରେ ବୁଧବାରଠାରୁ ଚାଲିବ ଗୃହକାର୍ଯ୍ୟ । ଏହି ଅଧିବେଶନ ବେଶ ସରଗରମ ହୋଇପାରେ । କାରଣ ଭାରତର ରାଜନୀତିକୁ ପୁଣି ଫେରିଛି ପେଗାସସ୍‍ ପ୍ରସଙ୍ଗ । ବିରୋଧୀ ପେଗାସସକୁ ପ୍ରସଙ୍ଗକରି ସରକାରଙ୍କୁ ଘେରିବେ । ଖାଲି ପେଗାସସ ପ୍ରସଙ୍ଗ ନୁହେଁ ମହଙ୍ଗା ମାଡ଼, ବେରୋଜଗାର, କରୋନା ପ୍ରଭାବିତ ପରିବାରଙ୍କୁ ସହାୟତା ଓ ଚୀନର ଅନୁପ୍ରବେଶ ନେଇ ବିରୋଧୀ ସରକାରଙ୍କୁ ଗୃହରେ ଘେରିପାରନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.