banner
Breaking

ଶିଶୁକୁ ନୂଆ ଜୀବନ ଦେଲେ ୫ଟି ସଚିବ ନିଃସହାୟର ସାହା ହେଲା ବିଜୁ ସ୍ୱାସ୍ଥ୍ୟ କାର୍ଡ

0

ଭୁବନେଶ୍ୱର,୨୭ା୧- ଜୀୀବନ ମରଣର ଖେଳ ଭିତରେ ଆଶାର ଆଲୋକ ଦେବା ସହ ନିଃସହାୟର ସାହା ହୋଇଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ । ଅଣନିଶ୍ୱାସି ଏବଂ ବାତ ଜନିତ ରୋଗରେ ପିଡିତ ହୋଇ ଜୀବନ ସହିତ ସଂଗ୍ରାମ କରୁଥିବା ୨୦ ଦିନର ଶିଶୁଟିକୁ ବିଜୁ ସ୍ୱାସ୍ଥ୍ୟ
କଲ୍ୟାଣ କାର୍ଡ ମାଧ୍ୟମରେ ଏକ ଘରୋଇ ହସ୍ପିଟାଲରେ ମିଳିଛି ଉତ୍ତମ ଚିକିତ୍ସା । ଏହାର ସଂପୂର୍ଣ୍ଣ ତଦାରଖ କରିଛନ୍ତି ୫ଟି ସଚିବ ଭି କେ
ପାଣ୍ଡିଆନ । ଘଟଣା ଅନୁସାରେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୃଷ୍ଣନାଦପୁର ଅଞ୍ଚଳର ଅକଲିମ୍ ବକାଶ ନାମକ ଜଣେ ବ୍ୟକ୍ତିଙ୍କର ଜାନୁୟାରୀ ୨ ତାରିଖ ଦିନ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।
ଶିଶୁଟି କିଛିଦିନ ପରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ଓ ବାତ ଜନିତ ରୋଗରେ ପିଡିତ ହୋଇଥିଲା । ଆର୍ଥିକ ଅନାଟନ ଭିତରେ ପରିବାର ଭରଣପୋଷଣ କରୁଥିବା ଅକଲିମ୍ ହାତ ଉଦ୍ଧାରି କରି କଟକ ଶିଶୁ ଭବନରେ ଶିଶୁଟିକୁ ଆଡମିସନ୍ କରାଇଥିଲେ । ସେଠାରେ
ଡାକ୍ତରମାନେ ଚିକିତ୍ସା ଜାରି ରଖିଥିଲେ । କିନ୍ତୁ ଡାକ୍ତରମାନେ ବହୁତ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ । ହାର୍ଟ ଜନିତ ଗୁରୁତ୍ୱର ସମସ୍ୟା
ଥିବାରୁ ତୁରନ୍ତ ଘରୋଇ ହସ୍ପିଟାଲରେ ଚିକିତ୍ସା ଆବଶ୍ୟକ ଥିବାର ପରାମର୍ଶ ଦେଇଥିଲେ । ଶିଶୁ ଭବନରେ ଅକଲିମ୍ ପାଖରେ ଉଦ୍ଧାର ପଇସା
ଶେସହୋଇ ଫୁଟି କଉଡିଟିଏ ବି ନଥିଲା । ଠିକ ଏହି ସନୟ ଭିତରେ ଅକଲିମ୍‌ଙ୍କ ଜଣେ ପରିଚିତ ବ୍ୟକ୍ତି ଅହମଦ୍ ଖାନ୍ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ୫ଟି ସଚିବ ଭି କେ ପାଣ୍ଡିଆନଙ୍କ ଦୃଷ୍ଟି ଅକର୍ଶଣ କରିଥିଲେ । ୫ଟି ସଚିବଙ୍କ ପାଖରେ ଟ୍ୱିଟଟି ପହଞ୍ଚିବା ପରେ ସେ ଏହାର ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ ଶିଶୁଟିର ଅବସ୍ଥା ସଂକଟାପନ୍ନ ରହିଛି । ସେ ତତ୍‌କ୍ଷଣାତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରି ତୁରନ୍ତ ଘରୋଇ ହସ୍ପିଟାଲରେ
ଭର୍ତ୍ତି କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଏହାପରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସଂଯୋଜକ ମାନେ ଉକ୍ତ ଶିଶୁଟିକୁ ପଟିଆ
ସ୍ଥିତ କିମସ୍ ହସ୍ପିଟାଲରେ ଭର୍ତ୍ତି କରିବା ସହିତ ଉନ୍ନତ ଚିକିତ୍ସା ପାଇଁ ବ୍ୟବସ୍ଥା କରାଇଥିଲେ । ଅକଲିମ୍‌ଙ୍କ ଆଖିରୁ ଖୁସିର ଲୁହ ଝରି
ପଡିଛି । ଏଭଳି ଦୁଖଦ ସମୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କାମ ଦେଇଥିବାରୁ ସେ ମାନ୍ୟବର ନୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି
କେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.