banner
Breaking

ଆଇପିଏଲ ନିଲାମରେ ଓଡ଼ିଶାର ୫ ଖେଳାଳି

0

ଭୁବନେଶ୍ୱର, ୨୩ା୧ ( ବ୍ୟୁରୋ)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ତାଲିକାରେ ଓଡ଼ିଶାର ୫ କ୍ରିକେଟର ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ, ବିକାଶ ରାଉତ, ଜୟନ୍ତ ବେହେରା ଓ ରାଜେଶ ମହାନ୍ତି। ଏହି ଖେଳାଳିମାନେ ସୟଦ ମୁସ୍ତାକ ଅଲି ଓ ବିଜୟ ହଜାରେ ଟ୍ରଫି ୨୦୨୨ରେ ଭାଗ ନେଇଥିଲେ। ଓସିଏ ପକ୍ଷରୁ ସେମାନଙ୍କ ନାମ ସୁପାରିସ କରାଯାଇଥିଲା। ଯାଞ୍ଚ ପରେ ଆଇପିଏଲ ନିଲାମ ତାଲିକାରେ ସ୍ଥାନ ପାଇଥିବାରୁ ଓସିଏ ସଭାପତି ପଙ୍କଜଲୋଚନ ମହାନ୍ତି ଓ ସମ୍ପାଦକ ସଞ୍ଜୟ ବେହେରା ଖେଳାଳିଙ୍କ ଶୁଭକାମନା କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.