banner
Breaking

ଆଜି କ୍ୟାବିନେଟ ବୈଠକ

0

ଭୁବନେଶ୍ୱର, ୩୧ା୧୨(ବ୍ୟୁରୋ):ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ସାଢେ ୧୨ଟା ସମୟରେ ଲୋକସେବା ଭବନଠାରେ ଅନୁଷ୍ଠିତ ହେବ। ଭର୍ଚୁଆଲ ମୋଡ୍‌ରେ ବସିବାକୁ ଥିବା କ୍ୟାବିନେଟ୍‌ରେ ୧୧ଟି ପ୍ରସ୍ତାବ ଉପରେ ମୋହର ବାଜିବାର କାର୍ଯ୍ୟକ୍ରମ ରହିଛି। ଏଥିରେ ମୁଖ୍ୟତଃ ପଞ୍ଚାୟତିରାଜ, ଉଚ୍ଚଶିକ୍ଷା, ଆଇନ, ଗୃହ ଓ ନଗର ଉନ୍ନୟନ, ରାଜସ୍ବ ବିଭାଗର କେତେଗୁଡିଏ ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ଅଛି। ଯେଉଁ ମନ୍ତ୍ରୀମାନେ ନିଜ ଜିଲାରେ ଥିବେ ସେମାନେ ଜିଲାପାଳ ଅଫିସ୍‌ର କନଫରେନ୍ସିଂ ହଲ୍‌ରୁ ଭର୍ଚୁଆଲରେ ଯୋଡ଼ି ହେବେ। ତେବେ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହେବା ଯୋଗୁ କ୍ୟାବିନେଟ୍‌ ବାତିଲ ହୋଇପାରେ ବୋଲି ଚର୍ଚ୍ଚା ହେଉଥିଲେ ସୁଦ୍ଧା କୌଣସି ଚୂଡ଼ାନ୍ତ ଖବର ଆସି ନ ଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।

Khansweb Solution Bhubaneswar

Leave A Reply

Your email address will not be published.