banner
Breaking

ଜାନୁଆରୀ ମାସ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର

0

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଜାନୁଆରି ମାସ ପାଇଁ କରୋନା ଗାଇଡଲାଇନ ଘୋଷଣା କରିଛନ୍ତି। ଜାନୁଆରି ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନ କଟକଣା କଡାକଡି କରାଯାଇଛି। କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ରାଜ୍ୟ ସରକାର ଜାରି କରିଥିବା ଗାଇଡଲାଇନରେ ଜାନୁଆରି ମାସରେ ସମସ୍ତ ସହରାଞ୍ଚଳରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଜାନୁଆରି ୧ରୁ ଫେବୃଆରି ୧ ପର୍ଯ୍ୟନ୍ତ ରାତି ୧୦ରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ବଳବତ୍ତର ରହିବ। ନାଇଟ କର୍ଫ୍ୟୁ ବେଳେ ଯିବା ଆସିବା ବନ୍ଦ ରହିବ । ସେହିପରି ସକାଳ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ। ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ସବୁ ଉପରେ କଟକଣା ଲାଗୁ କରାଯାଇଛି। ସେହିପରି ନୂଆ ବର୍ଷ ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଜାନୁଆରି ୨ପର୍ଯ୍ୟନ୍ତ ବିଏମସି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବା ସହ ଭୋଜିଭାତ ଆୟୋଜନକୁ ବନ୍ଦ କରାଯାଇଛି।
ଜାନୁଆରୀ ମାସ ପାଇଁ ଜାରି ହୋଇଥିବା ଗାଇଡଲାଇନରେ କୋଭିଡ ନିୟମ ମାନି ଯାତ୍ରା, ମେଲୋଡ଼ି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ। ସ୍ଥାନୀୟ ପ୍ରଶାସନର ନିର୍ଦେଶରେ ଖୋଲା ମଞ୍ଚ ଓ ଯାତ୍ରା ଚାଲିପାରିବ। ସର୍ବାଧିକ ୧ହଜାର ଦର୍ଶକଙ୍କୁ ନେଇ ଅନୁମତିରେ ଯାତ୍ରା ଚାଲିପାରିବ। ୫୦% କ୍ଷମତାକୁ ନେଇ ଚାଲିପାରିବ ସିନେମା ହଲ। ସିନେମାହଲ୍‌କୁ ଯିବା ପାଇଁ ଡବଲ ଡୋଜ ଟିକା ବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଜରୁରୀ। ସମସ୍ତ ସାମାଜିକ ଓ ଧାର୍ମିକ ସମ୍ମିଳନୀ ଉପରେ ରୋକ୍ ଲଗାଯାଇଛି। ସେହିପରି ୧୦୦ ଲୋକଙ୍କ ମଧ୍ୟରେ ରାଜନୈତିକ କାର୍ଯ୍ୟକ୍ରମ ସୀମିତ ରହିବ। ପ୍ରଦର୍ଶନୀ ଓ ବାଣିଜ୍ୟ ମେଳା, ପାର୍କ, ନେଚରକ୍ଲବ, ବେଳାଭୂମି ଓ ପର୍ଯ୍ୟଟନସ୍ଥଳୀରେ ଭୋଜିଭାତ ଆଦି ନିଷେଧ ରହିବ। କେବଳ ସରକାରୀ ଅନୁମୋଦିତ କାର୍ଯ୍ୟକ୍ରମକୁ ଅନୁମତି ମିଳିଥିବାବେଳେ ଶିକ୍ଷାନୁଷ୍ଠାନ ଓ ଅନ୍ୟ ପ୍ରତିଷ୍ଠାନର ବାର୍ଷିକତ୍ସୋବ ପାଳନ ପାଇଁ ମନା କରାଯାଇଛି। ୨୫୦ ଲୋକଙ୍କୁ ନେଇ ବିବାହ, ବ୍ରତଘର ଓ ଦଶାହ କାର୍ଯ୍ୟ ହୋଇପାରିବ ବୋଲି ନୂଆ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.