banner
Breaking

୧୫ ଆଇପିଏସ ଅଧିକାରୀଙ୍କୁ ମିଳିଲା ପଦୋନ୍ନତି

0

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଓଡ଼ିଶା ପୋଲିସରେ କାର୍ଯ୍ୟରତ ୧୫ଜଣ ଆଇପିଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଛି। ଏନେଇ ରାଜ୍ୟ ସରକାରୀଙ୍କ ଗୃହ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ୩ ଜଣଙ୍କୁ ଆଇଜି ଓ ୩ଜଣଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଥିବାବେଳେ ଅନ୍ୟ ୯ଜଣଙ୍କୁ ଆଇପିଏସ୍‌ ଲେଭଲ-୧୩ର ସିଲେକ୍ସନ୍‌ ଗ୍ରେଡ୍‌ ଓ ଲେଭଲ-୧୨ର ଜୁନିୟର୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଗ୍ରେଡ୍‌କୁ ପଦୋନ୍ନତି ମିଳିଛି।
୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଦୀପକ କୁମାର, ଆଶିଷ କୁମାର ସିଂ ଓ ସତ୍ୟବ୍ରତ ଭୋଇଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଥିବାବେଳେ ୨୦୦୮ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଉମାଶଙ୍କର ଦାଶ, ପ୍ରକାଶ ଆର୍‌ ଓ ସତ୍ୟଜିତ ନାଏକଙ୍କୁ ଡିଆଇଜି ପାହ୍ୟାକୁ ଉନ୍ନୀତ କରାଯାଇଛି। ୨୦୦୯ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅଖିଳେଶ୍ୱର ସିଂ, ବ୍ରିଜେଶ କୁମାର ରାଏ, ଚରଣ ସିଂ ମୀନାଙ୍କୁ ଆଇପିଏସ୍‌ ଲେଭଲ-୧୩ର ସିଲେକ୍ସନ୍‌ ଗ୍ରେଡ୍‌କୁ ପଦୋନ୍ନତି ମିଳିଛି। ସେହିପରି ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଅନୁପମା ଜେମ୍‌ସ, ରାହୁଲ ପି.ଆର୍‌, ପରମାର୍‌ ସ୍ମିତ୍‌ ପୁରୁଷୋତ୍ତମ ଦାସ, ଜଗମୋହନ ମୀନା, ମୁକେଶ କୁମାର ଭାମୋ ଓ ଏଲ୍‌. ଦିବ୍ୟା ଭି. ଙ୍କୁ ଆଇପିଏସ୍‌ ଲେଭଲ-୧୨ର ଜୁନିୟର୍‌ ଆଡ୍‌ମିନିଷ୍ଟ୍ରେଟିଭ୍‌ ଗ୍ରେଡ୍‌କୁ ପଦୋନ୍ନତି ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.