ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ରାଜ୍ୟରେ ଖୁବ୍ଶୀଘ୍ର ଘୋଷଣା ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ। ଏହାପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ଗୋଟିଏ ପରେ ଗୋଟିଏ ପ୍ରସ୍ତୁତି କରାଯାଉଛି। ଶନିବାର କମିଶନ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଉଭୟ ଓଡ଼ିଆ ଏବଂ ଇଂଲିଶ୍ରେ ପ୍ରକାଶ ପାଇଛି। ଏହା ନିର୍ବାଚନ ତାରିଖ ଘୋଷଣା ପରଠାରୁ ସମଗ୍ର ରାଜ୍ୟରେ ଲାଗୁ ହେବ ଏବଂ ଭୋଟ ଗଣତି ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ରାଜନୈତକ ଦଳ, କ୍ଷମତାସୀନ ଦଳ ସମେତ ପ୍ରାର୍ଥୀ, ପ୍ରଶାସନିକ ଅଧିକାରୀ କ’ଣ କରିବେ, କ’ଣ ନ କରିବେ ତାହା ଆଦର୍ଶ ଆଚରଣ ବିଧିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ବିଶେଷକରି ସଭାସମିତି, ଶୋଭାଯାତ୍ରା, ପ୍ରଚାର, ଭୋଟ ପାଇଁ ନିବେଦନ ସାଙ୍ଗକୁ ଭୋଟଗ୍ରହଣ ଅଞ୍ଚଳ ଏବଂ ଭୋଟ ଗ୍ରହଣ ଦିବସରେ ଦଳ ଓ ପ୍ରାର୍ଥୀଙ୍କ ଆଚରଣ କେଉଁଭଳି ରହିବା ଉଚିତ ବା ଅନୁଚିତ ତାହା ଦର୍ଶାଯାଇଛି। ସେହିପରି ନିର୍ବାଚନ ସମୟରେ ଦୁର୍ନୀତି ଏବଂ ତତ୍ସଂକ୍ରାନ୍ତ ଦଣ୍ଡବିଧି ବ୍ୟବସ୍ଥାକୁ ମଧ୍ୟ ଉଲ୍ଲେଖ କରାଯାଇଛି। ମୁକ୍ତ ଏବଂ ଅବାଧ ନିର୍ବାଚନ କରାଯିବା ନିମନ୍ତେ ଭାରତୀୟ ସମ୍ବିଧାନର ଧାରା ୨୪୩-କେ ଓ ପଞ୍ଚାୟତ ଆଇନ ଅନୁଯାୟୀ କମିଶନ ଏହି ଆଦର୍ଶ ଆଚରଣ ବିଧି ପ୍ରକାଶ କରିଛନ୍ତି।
ସୂଚନାଥାଉ କି, ଚଳିତ ଥର ଭୋଟ୍ ଗ୍ରହଣ ଦିନ ଗଣତି ହେବ ନାହିଁ। ଜୋନ୍ ତଥା ବ୍ଲକର ସାମଗ୍ରିକ ତ୍ରିସ୍ତରୀୟ ନିର୍ବାଚନ ସରିବା ପରେ ବ୍ଲକ ମୁଖ୍ୟାଳୟରେ ଗଣତି କରାଯିବ। ୫ଟି ପର୍ଯ୍ୟାୟରେ ପଞ୍ଚାୟତ ଭୋଟଗ୍ରହଣ ଏବଂ ୩ଟି ପର୍ଯ୍ୟାୟରେ ଗଣତି କରାଯିବ। ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ନିର୍ବାଚନୀ ଖର୍ଚ୍ଚ ରାଶି ସହ ବ୍ୟବହାର ହେବାକୁ ଥିବା ଗାଡ଼ି ସଂଖ୍ୟା ବୃଦ୍ଧି ନେଇ ଘୋଷଣା ସରିଛି। ନିକଟରେ ପଞ୍ଚାୟତ ନିର୍ବାଚନର ଖର୍ଚ୍ଚ ରାଶି ସହ ଗାଡ଼ି ବ୍ୟବହାର ନେଇ କମିଶନଙ୍କ ତରଫରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଖୁବ୍ଶୀଘ୍ର ଆଉ ଏକ ସର୍ବଦଳୀୟ ବୈଠକ ଡକାଯାଇ ଚୂଡାନ୍ତ ଭୋଟର ତାଲିକାର ନକଲ ପ୍ରଦାନ କରାଯିବ। ଏହାପରେ ଅର୍ଥାତ୍ ଚଳିତ ମାସ ଶେଷସୁଦ୍ଧା ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
