ରଜନୀକାନ୍ତଙ୍କୁ ଦାଦାସାହେବ ଫାଲକେ ପୁରସ୍କାର।

ନୂଆଦିଲ୍ଲୀ : ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନରେ ସୋମବାର ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏହି ସ୍ୱତନ୍ତ୍ର ଉତ୍ସବରେ ରଜନୀକାନ୍ତଙ୍କୁ ପୁରସ୍କାର ପ୍ରଦାନ କଲେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ଏହି ଉତ୍ସବରେ ତାଙ୍କ ପତ୍ନୀ ଲତା, ଝିଅ ସୌନ୍ଦୟା ଓ ଜ୍ୱାଇଁ ଧନୁଷ ମଧ୍ୟ ଉପସ୍ଥିତ ଥିଲେ।
ସେହିପରି ଅଭିନେତ୍ରୀ କଙ୍ଗନା ରାଣାୱତ, ମନୋଜ ବାଜପେୟୀ, ସାଦିଆଦ୍ ନାଦିଆଡୱାଲା, ନୀତେଶ ତିୱାରୀ ଏବଂ ବିଜୟ ସେଥୁପାଥି ମଧ୍ୟ ନିଜ ନିଜ ଚଳଚ୍ଚିତ୍ର ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି।
ଧନୁଷ  ଅସୁରାନ୍ ଚଳଚ୍ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।  ମନୋଜ ବାଜପେୟୀଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି।
କଙ୍ଗନା ରାଣାୱତଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ଦୁଇଟି ଚଳଚ୍ଚିତ୍ର ମାଣିକର୍ଣ୍ଣିକା ଓ ଝାନ୍ସୀ କି ରାନୀ  ଏବଂ ପଙ୍ଗାରେ ଅଭିନୟ ପାଇଁ କଙ୍ଗନା ଏହି ପୁରସ୍କାର ପାଇଛନ୍ତି।

ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ‘ସ୍ୱର୍ଣ୍ଣ କମଳ ଏବଂ ରଜତ କମଳ , ସାଲ୍‍ ଓ ପୁରସ୍କାର ରାଶି ପ୍ରଦାନ କରି ସଭିଁଙ୍କୁ ସମ୍ମାନିତ କରିଥିଲେ। ଏହାସହ ‘ଛିଚୋରେ’ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ପୁରସ୍କାର ଲାଭ କରିଥିଲା।  ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଚଳଚ୍ଚିତ୍ର ଏହି ‘ଛିଚୋରେ’ ଚଳଚ୍ଚିତ୍ରର ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କୁ ସମ୍ମାନିତ କରାଯାଇଥିଲା। ମାର୍ଚ୍ଚ ୨୦୨୧ ରେ ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏହି ସମାରୋହରେ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ମରାଠୀ ସମେତ ଦେଶର ବିଭିନ୍ନ ଚଳଚ୍ଚିତ୍ର ଜଗତରୁ ଆସିଥିବା ପ୍ରତିଭାମାନଙ୍କୁ ଶ୍ରେଷ୍ଠ ସମ୍ମାନ ପ୍ରଦାନ କରାଯାଇଛି ।  ୨୦୧୯ ବର୍ଷ ପାଇଁ ପୁରସ୍କାର ଦିଆଯାଇଛି ।