banner
Breaking

କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିପାବଳୀ ଭେଟି। ବଢିଲା ମହଙ୍ଗା ଭତ୍ତା

0

ନୂଆଦିଲ୍ଲୀ,୨୧।୧୦: ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ଘୋଷଣା କରିଛନ୍ତି। ଦୀପାବଳି ଉପହାର ସ୍ବରୂପ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହାର ଅର୍ଥ ହେଉଛି କେନ୍ଦ୍ରୀୟ କର୍ମଚାରୀମାନେ ବର୍ତ୍ତମାନ ୩୧ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ। ଏକ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ ଏହାର ଲାଭ ପାଇବେ।
କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମହଙ୍ଗା ଭତ୍ତା ବୃଦ୍ଧି ଚଳିତ ବର୍ଷ ଜୁଲାଇ ୧ ରୁ କାର୍ଯ୍ୟକାରୀ ହେବ। ଏହାପୂର୍ବରୁ ଜୁଲାଇ ମାସରେ ସରକାର ମହଙ୍ଗା ଭତ୍ତା କୁ ୧୧ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହା ପରେ ଏବେ ଏହା ୩ ପ୍ରତିଶତ ବୃଦ୍ଧି ପାଇଛି। ଏହାର ଅର୍ଥ ଏବେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ୩୧ ପ୍ରତିଶତ ଡିଏ ପାଇବେ।
ସରକାରଙ୍କ ଏହି ଘୋଷଣା ଦ୍ୱାରା ୪୭.୧୪ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ୬୮.୬୨ଲକ୍ଷ ପେନସନଭୋଗୀ ଉପକୃତ ହେବେ। ଦୀପାବଳି ଅବସରରେ ଏହି ଘୋଷଣା ସରକାରଙ୍କୁ ବାର୍ଷିକ ୯.୪୮୮ କୋଟି ଟଙ୍କା ଖର୍ଚ୍ଚ ହେବ।

Khansweb Solution Bhubaneswar

Leave A Reply

Your email address will not be published.