banner
Breaking

ମା, ମାଟି, ମାନୁଷର ଜୟ : ମମତା ବାନାର୍ଜୀ

0

କୋଲକାତା,୩।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଉପ ନିର୍ବାଚନରେ ବୃହତ୍‌ ବିଜୟ ହାସଲ କରିଛନ୍ତି। ଭାଜପା ପ୍ରତିଦ୍ୱନ୍ଦ୍ୱୀ ପ୍ରିୟଙ୍କା ତିବ୍ରଓ୍ବୋଲଙ୍କୁ ୫୮,୮୩୨ ଭୋଟରେ ହରାଇ ପାରମ୍ପରିକ ଆସନକୁ ହାତେଇ ନେଇଛନ୍ତି ତୃଣମୂଳକ କଂଗ୍ରେସ (ଟିଏମ୍‌ସି)ର ସୁପ୍ରିମୋ ମମତା। ବିଜୟ ପରେ ମମତା ପାରମ୍ପରିକ ବିଜୟ ଚିହ୍ନ ପରିବର୍ତ୍ତେ ଦେଖାଇ ଥିଲେ ୩ ଆଙ୍ଗୁଳି। ଏହା ଥିଲା ତାଙ୍କ ନିର୍ବାଚନୀ ସ୍ଲୋଗାନ ‘ମା, ମାଟି, ମାନୁଷ’ର ପ୍ରତୀକ।

‘ମୁଁ ଏହି ନିର୍ବାଚନ ମଣ୍ଡଳୀର ଗୋଟିଏ ହେଲେ ଓ୍ବାର୍ଡରେ ମୁଁ ହାରିନାହିଁ। ଏହା ମୋ ହୃଦୟକୁ ଛୁଇଁ ଦେଇଛି। ଅନ୍ତିମ ଥର ମୁଁ ଦୁଇଟି ଓ୍ବାର୍ଡରେ ପରାସ୍ତ ହୋଇଥିଲି ବୋଲି ଉପ ନିର୍ବାଚନରେ ବିଜୟ ହାସଲ କରିବା ପରେ ମମତା କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୧ ଓ ୨୦୧୬ ନିର୍ବାଚନରେ ଭବାନୀପୁର ଆସନରୁ ଲଢ଼ିଥିଲେ ମମତା। ଉଭୟ ଥର ଶମଶେରଗଞ୍ଜ ଓ ଜନଗିପୁର ଓ୍ବାର୍ଡରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା।

Khansweb Solution Bhubaneswar

Leave A Reply

Your email address will not be published.