ଭୁବନେଶ୍ୱର,୧୯/୯ (ଓଡ଼ିଆ ନ୍ୟୁଜ) : ଚନ୍ଦ୍ରଶେଖରପୁରର ନୀଳାଦ୍ରି ବିହାର ଅଞ୍ଚଳର ଧର୍ମପରାୟଣା ମହିଳା ବିଜୟ ଲକ୍ଷ୍ମୀ ମହାନ୍ତିଙ୍କର ୬୬ ବର୍ଷ ବୟସରେ ପରଲୋକ ଘଟିଛି। ବାଲିପାଟଣା ଶିଶୁ ଅନନ୍ତ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁଧୀର କୁମାର ମହାନ୍ତିଙ୍କର ସେ ଧର୍ମ ଅଟନ୍ତି। ସେ ଜଣେ ମିଷ୍ଠଭାଷୀ, ପରୋପକାରୀ, ଶାନ୍ତ, ସରଳ , ଧର୍ମପରାୟଣା ମହିଳା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ଥିଲେ। ଶାରୀରିକ ଅସୁସ୍ଥତା କାରଣରୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ତାଙ୍କର ଆଜି ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କ ପାଖରେ ଦୁଇପୁଅ ଆଶିଷ ପ୍ରିୟରଞ୍ଜନ ମହାନ୍ତି ଓ ଶୁଭାଶିଷ ମହାନ୍ତି ଉପସ୍ଥିତ ଥିଲେ।
ପୁରୀ ସ୍ଵର୍ଗଦ୍ବାର ଠାରେ ତାଙ୍କର ଅନ୍ତିମ ସ°ସ୍କାର କରାଯାଇଛି। ତାଙ୍କ ବିୟୋଗରେ ମୂଳ ଗ୍ରାମ ବୈୟାଳିଶମୌଜାର ଏରଞ୍ଚ ଏବଂ ନୀଳାଦ୍ରି ବିହାର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।




