banner
Breaking

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

0

ମେଷ:-ଆଜି ପାରିବାରିକ କ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବିବାଦ ବଢ଼ିପାରେ। ସବୁ କଥାକୁ ଭଲରୂପେ ବିଚାର ପୂର୍ବକ କାମ କରି ଆଗକୁ ବଢ଼ିବା ଠିକ୍‌ ହେବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ନିର୍ମାଣ, ପ୍ରଶାସନ ଓ ଆଇନ କ୍ଷେତ୍ରରେ ସମସ୍ୟା ସମାଧାନର ସୂଚନା ପ୍ରାପ୍ତ ହେବ। ମୁଖ୍ୟ ଭାବରେ ଏକାଧିକ ଗ୍ରହ ଆପଣଙ୍କ କଥାବାର୍ତ୍ତାକୁ ଅନିୟନ୍ତ୍ରିତ କରିପାରନ୍ତି।

ବୃଷ:-ଆଜି ଉଦ୍ଦେଶ୍ୟମୂଳକ ଭାବେ ସମ୍ପର୍କୀୟମାନଙ୍କ ସହ ବେଶ୍‌ ବନ୍ଧୁତା ଜମାଇ କାମ ହାସଲ ପାଇଁ ଚେଷ୍ଟିତ ହେବେ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ବିଶେଷ ଭାବେ ଧାଁ ଧଉଡ଼ କରିବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ବିବାଦୀୟ ମନ୍ତବ୍ୟରେ ମୁଣ୍ଡ ନ ପୂରାଇବା ଭଲ। ପାରିବାରିକ କ୍ଷେତ୍ରରେ ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ।

ମିଥୁନ:-ଆଜି ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବା ସକାଶେ ମନ ବଳାଇ ପାରନ୍ତି। ନିଜର କୃତୀ ଓ କୃତିତ୍ୱ ସକାଶେ ସାମାଜିକ ସ୍ତରରେ ଶୁଭେଚ୍ଛୁମାନଙ୍କ ଶ୍ରଦ୍ଧାଭାଜନ ହେବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାର ଚିନ୍ତା ପ୍ରକଟ କରିପାରନ୍ତି। ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତବୋଧ କରିବାର ସୂଚନା ମିଳେ।

କର୍କଟ:-ଆଜି ଅନାଗତ ସମସ୍ୟା ବିଷୟ ଚିନ୍ତାକରି ମନରେ ସରସତା ଆଗଭଳି ରହିବ ନାହିଁ। ନିର୍ମାଣ, ମାଲିମକଦ୍ଦମା, କ୍ରୟବାଣିଜ୍ୟ, ବ୍ୟବସାୟରେ ସ୍ଥିତି ଅନୁକୂଳ ହୋଇପାରେ। ସହକର୍ମୀଙ୍କ ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପରିବହନରେ କିଛି ସମସ୍ୟା ଦେଖାଦେବ, କିନ୍ତୁ ସେଥିରୁ ସହଜରେ ମୁକୁଳି ଯିବେ।

ସି˚ହ:-ପ୍ରତ୍ୟେକ ପରିସ୍ଥିତିରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ସଫଳତା ପାଇବେ। ଆବଶ୍ୟକତା ପୂରଣ ସକାଶେ ଟଙ୍କା ପଇସା ଯୋଗାଡ଼ କରିବା ସକାଶେ ବିଭିନ୍ନ ଫନ୍ଦିଫିକର କରିପାରନ୍ତି। କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।

କନ୍ୟା:-ପ୍ରତିବନ୍ଧକ ମଧ୍ୟରେ ଗତି କରିବା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ତରବର ନ ହୋଇ ଧୀରସ୍ଥିର ମନ ନେଇ କାମକଲେ ସମସ୍ୟାର ସରଳ ସମାଧାନ ହେବ। ନିଜର ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ୟିବାରୁ ଏକପ୍ରକାର ଖୁସି ହେବେ।

ତୁଳା:-ବିଭିନ୍ନ ଅସୁବିଧାରେ ପଡ଼ି ମାନସିକ ଅବସ୍ଥା ଖରାପ ଦିଗକୁ ଗତି କରିପାରେ। କୌଣସି ଜିନିଷ କିଣିବା ସକାଶେ ହଠାତ୍‌ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିବାର ସମ୍ଭାବନା ରହିଛି। ସଭା ସମିତିରେ, ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ।

ବିଛା:-ଅନ୍ୟମାନଙ୍କ ସହ ଭୁଲ୍‌ ବୁଝାମଣା ଯୋଗୁ ନିଜ ଲୋକଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡ଼ିତ କରିବା ଫଳରେ ମନଟା ଭଲ ରହିନପାରେ। ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି। କିନ୍ତୁ ଜ୍ୟେଷ୍ଠା ନକ୍ଷତ୍ର ଏହାର ଠିକ୍‌ ବିପରୀତ ଫଳ ପାଇବେ।

ଧନୁ:-ଆଜି ସକାଳୁ ସକାଳୁ ଏଣୁତେଣୁ ଗୁଡ଼ାଏ ଚିନ୍ତା କରି ବିବ୍ରତ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ସରକାରୀ ଆଦେଶପ୍ରାପ୍ତ ହୋଇ ଆକସ୍ମିକ ଭାବରେ ଯାତ୍ରା କରିବାକୁ ପଡିପାରେ। କଳା, ସାହିତ୍ୟ ଓ ରଚନାମତ୍କ କାର୍ଯ୍ୟରେ ଉନ୍ନତି ଘଟିବାର ଶତପ୍ରତିଶତ ସମ୍ଭାବନା ରହିଛି।

ମକର:-ଆଜି ହଠାତ୍‌ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମଗୁଡିକ ସୁବିଧାରେ ସମ୍ପନ୍ନ ହୋଇଯିବ। ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପାରନ୍ତି। ଅପରାହ୍ନେ ଟେନ୍‌ସନ କମିଯିବା ସାଙ୍ଗକୁ ସୁଖଭ୍ରମଣ ଯୋଗ ରହିଛି। କ୍ରୋଧବଶତଃ ଯାହା ପଡିଲା ତାହା କହି ପକାଇବେ। ଫଳରେ କିଛି ସମସ୍ୟା ଆସିପାରେ ।

କୁମ୍ଭ:-କର୍ମକ୍ଷେତ୍ରରେ ନିଜର ଲୋକମାନେ ଯେତେ ପ୍ରକାରର ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି ଅସୁବିଧା ହେବନାହିଁ। ପରିବହନ, ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ପଡ଼ୋଶୀଙ୍କ ସହାୟତାରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ।

ମୀନ:-ଆଜି ଦିନଟିରେ ସତର୍କରେ ଚଳିଲେ ସୁଦ୍ଧା ବିବାଦ ଭିତରକୁ ଟାଣି ହୋଇଯିବେ। ଚେଷ୍ଟା କରୁଥିବା କାମରେ ସନ୍ଧ୍ୟାରେ ସଫଳତା ଲାଭ କରି ଆନନ୍ଦ ଅନୁଭବ କରିବେ। ସମସ୍ୟା ବିଜଡ଼ିତ ରହିଲେ ମଧ୍ୟ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।

Khansweb Solution Bhubaneswar

Leave A Reply

Your email address will not be published.