banner
Breaking

ସମସ୍ତ ସାମ୍ବାଦିକଙ୍କୁ ଦିଆଯିବ କରୋନା ଟିକା।

0

ଭୁବନେଶ୍ୱର, ୪।୫ (ବ୍ୟୁରୋ):  କାର୍ଯ୍ୟରତ ସାମ୍ବାଦିକ ଟିକାକରଣ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସୋମବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ଯାତ୍ରୀନିବାସଠାରେ ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟରତ ୧୭୦ଜଣ ସାମ୍ବାଦିକଙ୍କୁ ଟିକା ଦିଆଯାଇଛି। ତେବେ ପ୍ରଥମ ଦିନ ହିଁ ଅତ୍ୟଧିକ ଗହଳି ହେବା ସହ ବିଭିନ୍ନ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା। ଫଳରେ ଯାତ୍ରୀନିବାସଠାରେ ଆରମ୍ଭ ହୋଇଥିବା ଟିକାକରଣକୁ ବନ୍ଦ ରଖାଯାଇଛି। ଏଥିସହ ମଙ୍ଗଳବାରଠାରୁ ୟୁନିଟ-୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଟିକାକରଣ କରିବାକୁ ଚିହ୍ନଟ କରାଯାଇଛି। କେବଳ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ଅନ୍ତର୍ଭୁକ୍ତ ଖବରଦାତାମାନେ ହିଁ ସେଠାରେ କୋଭିଡ୍‌ ଟିକା ନେଇପାରିବେ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବୀମାରେ ଅନ୍ତର୍ଭୁକ୍ତ ସାମ୍ବାଦିକମାନେ ଟିକାକରଣ ପାଇଁ ଆଧାର କାର୍ଡ ଓ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା କାର୍ଡ ନେଇ ଆସିବାକୁ ସୂଚନା ଦିଆଯାଇଛି। ପ୍ରତ୍ୟହ ପୂର୍ବାହ୍ନ ୯ଟା ୩୦ରୁ ଟିକା ଦିଆଯିବ। ଏହା ୩ଦିନ ଧରି ଚାଲୁ ରହିବ। ମଙ୍ଗଳବାର ସ୍ବାସ୍ଥ୍ୟ ବୀମା କାର୍ଡ ନମ୍ବର JC020292ରୁ JC020842, ବୁଧବାର JC020843ରୁ JC021393 ଓ ଗୁରୁବାର ଦିନ କାର୍ଡ ନମ୍ବର JC021394ରୁ JC021541 ଓ JC023621ରୁ JC023984ଙ୍କୁ ଟିକା ଦିଆଯିବ ବୋଲି ଡିଆଇପିଆର୍‌ଓ ସୂଚନା ଦେଇଛନ୍ତି। ତେବେ ସ୍ବାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ ନ ଥିବା ଖବରଦାତାମାନଙ୍କ ପାଇଁ ପରବର୍ତ୍ତୀ ପର୍ଯ୍ୟାୟରେ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
ସୋମବାର ଭୁବନେଶ୍ୱର ଯାତ୍ରୀ ନିବାସରେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଟିକା ପ୍ରଦାନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ ରବିବାର ରାତିରେ କୁହାଯାଇଥିଲା। ଏହାପରେ ସଙ୍ଗେ ସଙ୍ଗେ ବିଏମ୍‌ସି ପକ୍ଷରୁ ହ୍ବାଟ୍‌ସଆପ୍‌ ଗ୍ରୁପ୍‌ରେ ନିଜ ଅନୁଷ୍ଠାନର ଗଣମାଧ୍ୟମ ପ୍ରତିନିଧିଙ୍କ ତାଲିକା ଦେବା ପାଇଁ କୁହାଗଲା। ୧୮ରୁ ୪୪ବର୍ଷ ମଧ୍ୟରେ ୧୦୦ ଏବଂ ୪୫ରୁ ଊର୍ଦ୍ଧ୍ୱ ବୟସ୍କ ୫୦ଜଣ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଟିକା ନେବାର ବ୍ୟବସ୍ଥା କରାଯିବ ବୋଲି ବିଏମ୍‌ସି ଅଧିକାରୀ ସୂଚନା ଦେଇଥିଲେ। ସେହି ଅନୁସାରେ ସବୁ ଗଣମାଧ୍ୟମ ସଂସ୍ଥା ସେମାନଙ୍କ ପ୍ରତିନିଧିଙ୍କ ତାଲିକା ବିଏମ୍‌ସିକୁ ଦେଲେ। କିନ୍ତୁ ମାତ୍ର ୧୩୮ଜଣ ଗଣମାଧ୍ୟମ ପ୍ରତିନିଧି ସୋମବାର ଟିକା ନେବାକୁ ସ୍ଲଟ ପ୍ରସ୍ତୁତ ହେଲା। ଏଥିଯୋଗୁ ଯାତ୍ରୀ ନିବାସରେ ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଥିଲେ। ତେବେ ସେଠାରେ ସ୍ଲଟରେ ନାମ ନ ଥିବା କିଛି ଗଣମାଧ୍ୟମ ପ୍ରତିନିଧି ପହଞ୍ଚି ଟିକା ନେଉଥିବା ଦେଖିବାକୁ ମିଳିଥିଲା। ଏଥିପାଇଁ ସ୍ଲଟରେ ନାମ ଥିବା କେତେଜଣ ପ୍ରତିନିଧି ଟିକାକରଣରୁ ବଞ୍ଚିତ ହୋଇଥିଲେ। ପରେ ବିଏମ୍‌ସି କର୍ତ୍ତୃପକ୍ଷ ଯେଉଁମାନେ ପଞ୍ଜୀକରଣ କରିଥିବେ ସେମାନେ ହିଁ କେବଳ ଟିକା ନେଇପାରିବେ ବୋଲି କହିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.