ଭୁବନେଶ୍ୱର : ଭଇର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବି ଏମ ସି ୱାର୍ଡ ନମ୍ବର ୪ ଅଂଚଳରେ ବହୁଦିନ ଧରି ଲାଗିରହୁଥିବା ଜଳବନ୍ଦୀ ସମସ୍ୟାର ସମାଧାନ ହେବାକୁ ଯାଉଛି । ଗୁରୁବାର ପାହାଳ ବଜାର ଠାରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତଙ୍କ ଦ୍ବାରା ପ୍ରାୟ ୪ କୋଟି ୮୦ଲକ୍ଷ ଟଙ୍କା ( ବଙ୍ଗୁଆରୀ ଗତା ଠାରୁ KIA ମୋଟର୍ସ – ୨ କୋଟି ୫୫ ଲକ୍ଷ ) ଏବଂ କୁଣ୍ଡିତରା ପାଟଣା କଲଭର୍ଟ ଠାରୁ ଆପେକ୍ସ କଲେଜ(୨ କୋଟି ୨୭ ଲକ୍ଷ) ବ୍ୟୟ ଅଟକଳରେ ଦୁଇଟି ଡ୍ରେନର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଦୁଇଟି ଡ୍ରେନ ହେବା ଦ୍ବାରା ଅଞ୍ଚଳବାସୀଙ୍କ ଜଳବନ୍ଦୀ ସମସ୍ୟା ଦୂର ହେବାକୁ ଯାଉଥିବାରୁ ବିଧାୟକଙ୍କୁ ଗ୍ରାମର ମୁରବି ମାନଙ୍କ ତରଫରୁ ସାଧୁବାଦ ଜ୍ଞାପନ କରାଯାଇଥିଲା ।

ଭକ୍ତ କାର୍ଯ୍ୟକ୍ରମରେ ପୂର୍ବତନ କର୍ପୋରେଟର ଗାୟତ୍ରୀ ଲେଙ୍କା , ଯୁବ ନେତା ସ୍ବାକ୍ଷର ମହାନ୍ତି , ସନ୍ତୋଷ ଜେନା , ପପୁ ଲେଙ୍କା , ବରିଷ୍ଠ ଶିକ୍ଷକ ବାବାଜୀ କୁମାର , ବରିଷ୍ଠ ମୁରବି ମାନସ ମହାନ୍ତି , ସରୋଜ ପାଢ଼ୀ , ଖରୋଦ ସାହୁଙ୍କ ସମେତ ବହୁ ବୁଦ୍ଧିଜୀବୀ ଯୋଗ ଦେଇଥିଲେ ।




